www.samajalive.in
Friday, December 5, 2025
23.1 C
Bhubaneswar

ଜିଓର ଖାସ୍‌ ପ୍ଲାନ୍‌: ୪ଟି ସିମ୍‌କୁ ମିଳିବ ଅସୀମିତ କଲିଙ୍ଗ୍‌, ଡାଟା, ଏସଏମଏସ

ନୂଆଦିଲ୍ଲୀ : ଜିଓ ନିକଟରେ ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ତେବେ ଏପରି ଏକ ଖାସ୍‌ ପ୍ଲାନ ବିଷୟରେ ଜାଣନ୍ତୁ, ଯାହା ଏକ ପରିବାର ପ୍ଲାନ୍‌ । ଏହି ପ୍ଲାନ୍‌ ଅଫିସିଆଲ ପୋର୍ଟାଲରେ ୪୪୯ ଟଙ୍କାରେ ତାଲିକାଭୁକ୍ତ ।

ଏହି ପ୍ଲାନ୍‌ ଅନୁଯାୟୀ ମୋଟ୍‌ ୪ଟି ସିମ୍‌ ବ୍ୟବହାର କରି ପାରିବେ । ଜିଓର ୪୪୯ ଟଙ୍କାର ପୋଷ୍ଟପେଡ୍‌ ପ୍ଲାନ୍‌ରେ ପ୍ରାୟ ୩ଟି ସିମ୍‌କୁ ସାମିଲ କରାଯାଇପାରିବ । ଏଥିରେ ଗୋଟିଏ ସିମ୍‌ର ସପୋର୍ଟ ମିଳିବା ସହ ଅସୀମିତ କଲିଙ୍ଗ, ୭୫ଜିବି ଡାଟା ଓ ଏସଏମଏସ ସୁବିଧା ମିଳିବ ।

- Advertisement -

ଏହି ରିଚାର୍ଜ ପ୍ଲାନରେ ଅନ୍ୟ ସିମ୍‌କୁ ଆଡ୍‌-ଅନ୍‌ କରିବା ଦ୍ୱାରା ୧୫୦ ଟଙ୍କାର ଏକ ସିମ୍‌ ସାମିଲ ହେବ । ୩ଟି ସିମ୍‌ ସାମିଲ କଲେ ୪୫୦ ଟଙ୍କା ଅତିରିକ୍ତ ଦେବାକୁ ପଡିବ । ଜିଓର ପରିବାର ଯୋଜନାରେ ଯଦି ୩ଟି ସିମ୍‌ ସାମିଲ କରାଯାଏ, ପ୍ରାୟ ୧ ହଜାରରୁ ଅଧିକ ବିଲ୍‌ ପୈଠ କରିବାକୁ ପଡିବ । ଏହି ପରିବାର ପ୍ଲାନ୍‌ରେ ୪୪୯ରେ ଗୋଟିଏ ସାମିଲ କରିବା ପରେ ଅତିରିକ୍ତ ୫ଜିବି ଅତିରିକ୍ତ ଡାଟା ମିଳିବ । ୩ଟି ସିମ୍‌ ସାମିଲ କରିବା ପରେ ଆପଣଙ୍କୁ ୯୦ଜିବି ଡାଟା ଏକ୍ସେସ୍‌ ମିଳିବ ।

ଏଥିରେ ଗ୍ରାହକଙ୍କୁ ୧୦୦ ଏସଏମଏସ ଦୈନିକ ଏକ୍ସେସ ମିଳିବ । ଏନେଇ ତଥ୍ୟ ଜିଓ ପୋର୍ଟାଲରେ ତାଲିକାଭୁକ୍ତ ହୋଇ ରହିଛି ।
ଜିଓ ନିଜର ଏହି ରିଚାର୍ଜ ପ୍ଲାନ୍‌ ସହ ୯ମ ବାର୍ଷିକ ଉତ୍ସବ ଅନୁଯାୟୀ ଖାସ୍‌ ଅଫର୍‌ ମଧ୍ୟ ଦେଉଛି । ଏଥିରେ ଜମାଟୋ, ଏଜିଓ ଓ ଇଜି ମେକ୍‌ ମାଇ ଟ୍ରିପ୍‌ରେ ମଧ୍ୟ ସୁବିଧା ମିଳିବ ।

ଶନିଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ଦୃଷ୍ଟି: ଏହି ୩ ରାଶି ହେବେ ଭାଗ୍ୟଶାଳୀ, କଣିବେ ନୂଆ ଗାଡି, ଘର..

ପୁଣି ଥରେ ସାମ୍ନାକୁ ଆସିଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି ସହାନୁଭୂତି

Hot this week

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

Related Articles

Popular Categories