www.samajalive.in
Friday, December 12, 2025
27.1 C
Bhubaneswar

ଅଭିନନ୍ଦନଙ୍କ ପରି ନୁହନ୍ତି ଭାଗ୍ୟବାନ ପାକିସ୍ତାନରେ ଥିବା ଏହି ଭାରତୀୟ କଏଦୀ

ନୂଆଦିଲ୍ଲୀ : ପାକିସ୍ତାନ ଜେଲରେ ଭାରତର ବହୁ ଭାରତୀୟ ବନ୍ଦୀ ହୋଇଛନ୍ତି। କିନ୍ତୁ ସେମାନଙ୍କ ଭାଗ୍ୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରି ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚ ଜଣ ଭାରତୀୟଙ୍କ କାହାଣୀ ଯେଉଁମାନେ ପାକିସ୍ତାନରୁ ଫେରିନାହାନ୍ତି।
ସରବଜୀତ ସିଂହ : ପଞ୍ଜାବର ତରନତାରନ ଜିଲା ପାକ ସୀମା ନିକଟବର୍ତ୍ତୀ ଭିଖିୱିଣ୍ଡ ଗ୍ରାମର ସରବଜୀତ ସିଂହ କୌଣସି କାରଣରୁ ପାକିସ୍ତାନ ପଳାଇଯାଇଥିଲେ। କିନ୍ତୁ ସରବଜୀତ ଭାରତକୁ ଆସିନଥିଲେ। ୨୦୧୩ ମେ ମାସରେ ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀର ଭାରତକୁ ଅଣାଯାଇଥିଲା। ବହୁ ଚେଷ୍ଟାପରେ ମଧ୍ୟ ତାଙ୍କୁ ପାକିସ୍ତାନରୁ ଭାରତକୁ ଅଣାଯାଇପାରି ନଥିଲା।
ଚମେଲ ସିଂହ : ୨୦୧୩ରେ ଭାରତୀୟ କଏଦୀ ଚମେଲ ସିଂହଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସରବଜୀତ ଯେଉଁ ଜେଲରେ ରହିଥିଲେ ସେହି ଜେଲରେ ଚମେଲ ସିଂହଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ହୋଇଥିଲା। ପାକିସ୍ତାନରେ ତଦନ୍ତ କରୁଥିବା ଅଭିଯୋଗରେ ତାଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଚମେଲଙ୍କୁ ଜେଲରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା।
କିରପାଲ ସିଂହ
ପଞ୍ଜାବର ଗୁରଦାସପୁର ଜିଲା ଗ୍ରାମ ମୁସ୍ତଫାବାଦ ନିବାସୀ କିରପାଲ ସିଂହ ୧୯୯୧ ମସିହାରେ ଘରୁ ହଠାତ ପଳେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରି ନଥିଲେ। ଅଶ୍ୱିନୀ କୁମାରଙ୍କ କହିବା ଅନୁସାରେ ୧୩ ବର୍ଷ ଧରି ସେନାରେ କାର୍ଯ୍ୟ କରିଛନ୍ତି। ୧୯୯୧ରେ ପାକିସ୍ତାନ ଫେସଲାବାଦ ରେଳ ଷ୍ଟେସନ ବୋମା ବିସ୍ପୋରଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଆର୍ଥିକ ସ୍ତରରେ ତାଙ୍କ ପରିବାର କମ ଥିବାରୁ ତାଙ୍କୁ ଭାରତ ଫେରାଇ ଆଣିପାରି ନଥିଲେ। ୨୦୦୨ ମସିହା ମେ ୨୦ ତାରିଖରେ କିରପାଲ ସିଂହଙ୍କୁ ପାଞ୍ଚଥର ମୃତ୍ୟୁ ଦଣ୍ଡାଦେଶ, ୬୦ ବର୍ଷ ଜେଲ ଦଣ୍ଡାଦେଶ ଓ ୨୭ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୭ ଅପ୍ରେଲ ମାସରେ କିରପାଲଙ୍କ ମୃତ୍ୟୁ ହୋଇଥିଲା।
ବଲବିନ୍ଦର ସିଂହ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଲବିନ୍ଦର ସିଂହଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ତାଙ୍କ ଝିଅ ଚିଠି ଲେଖିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।
ସୁରଜିତ ସିଂହ : ଫରିଦକୋର୍ଟ ଜିଲା ଟହିଣା ଗ୍ରାମ ନିବାସୀ ସୁରଜିତ ସିଂହ ୪୭ ବର୍ଷ ଧରି ପାକିସ୍ତାନ ଜେଲରେ ରହିଛନ୍ତି। ସୁରଜିତ ସିଂହଙ୍କ ପୁଅ କହିବା ଅନୁସାରେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବାପାଙ୍କ କୌଣସି ସୂଚନା ମିଳିପାରି ନାହିଁ। କିଛି ଦିନ ପରେ ବିଏସଏଫ୍‍ ତାଙ୍କୁ ସହିଦ୍‍ ଘୋଷଣା କରିଥିଲେ। କିନ୍ତୁ ପାକିସ୍ତାନରୁ ଭାରତକୁ ଆସିଥିବା କିଛି କଏଦି ତାଙ୍କ ପରିବାର ସହ ସମ୍ପର୍କ କରିଥିଲେ। ପରେ ଜଣାପଡିଥିଲା ଯେ ସୁରଜିତ ପାକିସ୍ତାନ ଜେଲରେ ବନ୍ଦ ଅଛନ୍ତି। ଏହାପରେ ପରିବାର ଲୋକେ ସୁରଜିତଙ୍କୁ ଭାରତ ଫେରିବା ପାଇଁ ଯେତେ ଚେଷ୍ଟା କଲେ ବି ସଫଳତା ମିଳିନାହିଁ।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories