www.samajalive.in
Saturday, December 13, 2025
26.1 C
Bhubaneswar

ଶାହରୁଖଙ୍କ ପ୍ରଯୋଜନା ସଂସ୍ଥା ବିରୋଧରେ ମାମଲା ଦାୟର କଲେ ପୂର୍ବ ଏନସିବି ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍‌ ଚିଲିଜ ଏଣ୍ଟରନେଟନମେଣ୍ଟ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି ମୁମ୍ବଇର ପୂର୍ବତନ ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅଧିକାରୀ ସମୀର ଓ୍ବାଙ୍ଖେଡେ। ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦେଶିତ ପ୍ରଥମ ଓ୍ବେବ ସିରିଜକୁ ନେଇ ଓ୍ବାଙ୍ଖେଡେ ଏହି ମାମଲା ରୁଜୁ କରିଛନ୍ତି। ଓ୍ବେବ ସିରିଜରେ ତାଙ୍କ ଚରିତ୍ର ସଂହାର କରାଯାଇଛି, ଯାହା ତାଙ୍କ ସମ୍ମାନହାନୀ କରିଛି ବୋଲି ସମୀର ଦର୍ଶାଇଛନ୍ତି। ନେଟଫ୍ଲିକ୍ସ ଏବଂ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମକୁ ମଧ୍ୟ ସେ ପକ୍ଷଭୁକ୍ତ କରିଛନ୍ତି।

ସମୀର ଆବେଦନରେ ଦର୍ଶାଇଛନ୍ତି ଯେ, ଏହି ଓ୍ବେବସିରିଜ ନିଶା ବିରୋଧୀ ଏନଫୋର୍ସମେଣ୍ଟ ସଂସ୍ଥାଗୁଡ଼ିକୁ ନେଇ ନକାରାତ୍ମକ ବାର୍ତ୍ତା ପ୍ରଦାନ କରୁଛି। ଯାହାଫଳରେ ସଂସ୍ଥାଗୁଡ଼ିକ ଉପରେ ଜନସାଧାରଣଙ୍କ ଭରସା ହ୍ରାସ ପାଇବ। ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଚରିତ୍ରକୁ ସଂହାର କରାଯିବାକୁ ଉଦ୍ୟମ କରାଯାଇଛି ବୋଲି ସମୀର ଆବେଦନରେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୨୧ରେ ଏକ କ୍ରୁଜ ଜାହାଜରେ ପାର୍ଟି ଚାଲିଥିବାବେଳେ ଆର୍ଯ୍ୟନ ଖାନ ଏବଂ ଅନ୍ୟମାନେ ନିଶା ସେବନ କରିଥିଲେ। ଏହି ସମୟରେ ଏନସିବି ଅଧିକାରୀ ସମୀର ଓ ତାଙ୍କ ଟିମ ଚଢ଼ାଉ କରି ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସମୀର ଓ ତାଙ୍କ ଟିମ ଶାହରୁଖ ଖାନଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୨୩ରେ ସିବିଆଇ ସମୀରଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସେ ବିବାଦ ଘେରକୁ ଚାଲିଆସିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories