www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରେନରୁ ଉତକ୍ଷେପଣ ହେଲା ଅଗ୍ନି ପ୍ରାଇମ୍‍ ମିସାଇଲ

ସମାଜ ଡିଜିଟାଲ ଡେସ୍କ: ଆଧୁନିତାର ଇତିହାସରେ ଭାରତ ଆଉ ଏକ ଇତିହାସ ରଚିଛି । ଜଳ, ସ୍ଥଳ ଓ ଆକାଶ ପରେ ପ୍ରଥମ ଥର ଲାଗି ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍‍ । ଡିଆରଡିଓ ପକ୍ଷରୁ ଏହି ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ଅଗ୍ନି ପ୍ରାଇମ୍‍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୨ହଜାର କିଲୋମିଟର  । ଏହାର ଅର୍ଥ ହେଉଛି ଭାରତକୁ ଆଉ ଶ୍ରୀହରିକୋଟା ଭଳି ଲଞ୍ଚର୍‍ ମିସାଇଲ୍‍ ଲଞ୍ଚର ଆବଶ୍ୟକ ହେବ ନାହିଁ । ଏହି ମିସାଇଲକୁ ଚଳନ୍ତା ଟ୍ରେନରେ ଯେକୌଣସି ସ୍ଥାନରୁ ଲଞ୍ଚ କରାଯାଇପାରିବ । ଅଗ୍ନି ପ୍ରାଇମ୍‍ ମିସାଇଲ୍‍ ଏକ ପରବର୍ତ୍ତୀ ପୀଢିର ମିସାଇଲ୍‍ ।

ଅଗ୍ନି ପ୍ରାଇମ୍‍ ଲଞ୍ଚ ହେବା ସମୟର ଭିଡ଼ିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜର ଏକ୍ସରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ରର ସଫଳ ଉଡାଣ ପରୀକ୍ଷଣ ପାଇଁ ଡିଆରଡିଓ ଇଣ୍ଡିଆ , ଷ୍ଟ୍ରାଟେଜିକ୍‍ ଫୋର୍ସ କମାଣ୍ଡ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ । ଏହି ସଫଳ ପରୀକ୍ଷଣ ଭାରତକୁ ଏକ ମୋବାଇଲ୍‍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍‍ଡ ଲଞ୍ଚ ସିଷ୍ଟମ ବିକଶିତ କରିବାର କ୍ଷମତା ରଖୁଥିବା ଦେଶଗୁଡିକ ମଧ୍ୟରେ ସାମିଲ କରିଛି ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories