www.samajalive.in
Saturday, December 6, 2025
19.1 C
Bhubaneswar

ସାଉଦି ଆରବକୁ ପରମାଣୁ ଅସ୍ତ୍ର ଜ୍ଞାନକୌଶଳ ଦେବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଭାରତ ସମେତ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି। କାରଣ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ଆବଶ୍ୟକ ସ୍ଥଳରେ ପାକିସ୍ତାନ ଏହାର ପରମାଣୁ ଅସ୍ତ୍ର ଜ୍ଞାନକୌଶଳ ସାଉଦି ଆରବକୁ ଯୋଗାଇ ଦେବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ୍ କହିଛନ୍ତି ଯେ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ସାଉଦି ଆରବ ଏବେ ପାକିସ୍ତାନର ପରମାଣୁ ଶକ୍ତିର ଢାଲ ମଧ୍ୟରେ ରହିବ। ଆଉ ଆବଶ୍ୟକ ପଡିଲେ ସାଉଦି ଆରବକୁ ପରମାଣୁ ଜ୍ଞାନକୌଶଳ ଯୋଗାଇ ଦିଆଯିବ। ସାଉଦି ଆରବ ମଧ୍ୟ ପରମାଣୁ ଜ୍ଞାନକୌଶଳ ହାସଲ କରିବା ଲାଗି ନିଜର ଆଗ୍ରହ ପ୍ରକାଶ କରିଛି। ପୂର୍ବରୁ ସାଉଦି ଆରବ କହିଥିଲା ଯେ ଇରାନ ଯଦି ପରମାଣୁ ଜ୍ଞାନକୌଶଳ ଯୋଗାଇ ଦେବ ତେବେ ଏହାକୁ ଉପଯୋଗ କରାଯିବ।

ସମ୍ପ୍ରତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ ସାଉଦି ଆରବକୁ ପରମାଣୁ ଜ୍ଞାନକୌଶଳ ମିଳିବା ବିଶ୍ବ ପାଇଁ ବଡ ବିପଦ ସୃଷ୍ଟି କରିବ। ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ଇସ୍ରାଏଲ ଏକମାତ୍ର ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଇସ୍ରାଏଲ ସହିତ ମଧ୍ୟପ୍ରାଚ୍ୟର ଅନେକ ରାଷ୍ଟ୍ରର ଯୁଦ୍ଧ ଲାଗି ରହିଛି। ବିଶେଷକରି ପାଲେଷ୍ଟାଇନ, ୟେମେନ, ଇରାନ ଓ କାତାର ସହିତ ଇସ୍ରାଏଲର ଯୁଦ୍ଧ ଲାଗିଛି। ତେଣୁ ଇସ୍ରାଏଲକୁ ଦମନ କରିବା ଲାଗି ଏହିସବୁ ରାଷ୍ଟ୍ର ଯୋଜନା ଚଳାଇଛନ୍ତି।

- Advertisement -

ଇସଲାମିକ ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ଏକମାତ୍ର ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ତେଣୁ ଏହାଠାରୁ ପରମାଣୁ ଜ୍ଞାନକୌଶଳ ହାସଲ କରିବାକୁ ଅନ୍ୟ ଇସଲାମିକ ରାଷ୍ଟ୍ରଗୁଡିକ ବ୍ୟଗ୍ର। ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ସ୍ବାକ୍ଷର ହୋଇଛି। ସ୍ବାକ୍ଷରିତ ବୁଝାମଣା ଅନୁଯାୟୀ ଯୁଦ୍ଧ ସମୟରେ ଦୁଇଦେଶ ପରସ୍ପରକୁ ସାମରିକ ସହାୟତା ଯୋଗାଇଦେବେ। ଏପରି କି କୌଣସି ଦେଶ ପାକିସ୍ତାନ ସହିତ ଯୁଦ୍ଧ କଲେ ଏହାକୁ ସାଉଦି ଆରବ ସହିତ ମଧ୍ୟ ଯୁଦ୍ଧ କରିବାକୁ ପଡିବ। ଯଥା ଭାରତ ଯଦି କୌଣସି ସମୟରେ ପାକିସ୍ତାନ ବିରୋଧରେ ଯୁଦ୍ଧ କରେ ତେବେ ସାଉଦି ଆରବ ମଧ୍ୟ ଏହାକୁ ନିଜର ଯୁଦ୍ଧ ବୋଲି ବିବେଚନା ପୂର୍ବକ ଭାରତ ଉପରେ ଆକ୍ରମଣ କରିବ। ତେଣୁ ଭାରତକୁ ଉଭୟ ପାକିସ୍ତାନ ଓ ସାଉଦି ଆରବକୁ ମୁକାବିଲା କରିବାକୁ ପଡିବ। ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିଛି। ଏପରିସ୍ଥଳେ ଭାରତ କହିଛି ଯେ ସାଉଦି ଆରବ ଦ୍ବିପାକ୍ଷିକ ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ମାନ ଦେବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଶୁକ୍ରବାର କହିଛନ୍ତି ଯେ ସାଉଦି ଆରବ ଦ୍ବିପାକ୍ଷିକ ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଚୁକ୍ତିକୁ କାର୍ଯ୍ୟକାରୀ କରିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories