www.samajalive.in
Thursday, December 11, 2025
16.1 C
Bhubaneswar

ପାକ୍‌ ଗୁପ୍ତଚର ଗିରଫ; କ୍ୟାମେରା, ପାକିସ୍ତାନୀ ସିମ୍‌ କାର୍ଡ ଜବତ

ପଞ୍ଜାବ: ପଞ୍ଜାବର ଫିରୋଜପୁର ଅନ୍ତର୍ଗତ ମାବୋକ ଅଞ୍ଚଳରୁ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ସୀମା ସୁରକ୍ଷା ବଳ(ବିଏସଏଫ)ର ସୁରକ୍ଷା କର୍ମୀମାନେ ଧରିଛନ୍ତି। ଯବାନମାନେ ତାଙ୍କୁ ଗିରଫ କରିବା ପରେ ପଚରାଉଚରା କରୁଛନ୍ତି। ଯୁବକ ଜଣକ ଜଣେ ଭାରତୀୟ ନାଗରିକ ଏବଂ ତାଙ୍କ ଘର ଉତ୍ତରପ୍ରଦେଶର ମୋରାଦାବାଦରେ ବୋଲି ଟାଇମ୍ସ ନାଓ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ବୟସ ୨୧ ବର୍ଷ ହେବ। ତାଙ୍କ ନିକଟରୁ ଏକ କ୍ୟାମେରା, ଏକ ମୋବାଇଲ ଫୋନ ଏବଂ ପାକିସ୍ତାନର ସିମ୍‌ କାର୍ଡ ଜବତ ହୋଇଛି। ​‌ ଯୁବକ ଜଣକ ଫିରୋଜପୁର ସହରରେ ଥିବା ବିଏସଏଫ ଯବାନଙ୍କ ଶିବିରର ଫଟୋ ଏବଂ ଭିଡଓ ଉତ୍ତୋଳନ କରୁଥିବାବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଫୋନ ନମ୍ବରଟି ୮ଟି ପାକିସ୍ତାନୀ ଗ୍ରୁପରେ ସଂଶ୍ଳିଷ୍ଟ ଥିବା ବେଳେ ତାଙ୍କ ମୋବାଇଲ କଣ୍ଟାକ୍ଟ ଲିଷ୍ଟରୁ ଅନ୍ୟ ୬ଟି ପାକିସ୍ତାନୀ ନମ୍ବର ମିଳିଛି। ତେଣୁ ସେ ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଯବାନମାନେ ସ୍ପଷ୍ଟ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories