www.samajalive.in
Sunday, December 7, 2025
18.1 C
Bhubaneswar

ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଚାହୁଁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ; ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି ନିବେଦନ କଲେ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ୱାଘା ବର୍ଡରରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟ କରି  ନିବେଦନ କରିଛନ୍ତି। ପିଓକେରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ସୀମାନ୍ତରେ ସ୍ଥିତି କିପରି ରହିଛି ତାହାର ଅନୁଧ୍ୟାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଅମରିନ୍ଦର ବର୍ତ୍ତମାନ ଅମୃତସର ଗସ୍ତରେ ଅଛନ୍ତି। ସେ  ଟୁଇଟରେ ଦର୍ଶାଇଛନ୍ତି ଯେ, ‘ମୋଦୀ ଜୀ, ବର୍ତ୍ତମାନ ମୁଁ ସୀମାନ୍ତ ଅଞ୍ଚଳ ପରିଦର୍ଶନରେ ଆସିଛି। ଆଜି ଅଭିନନ୍ଦନଙ୍କୁ ପାକିସ୍ତାନ ଫେରାଇବ ବୋଲି ଘୋଷଣା କରିଛି। ତେଣୁ ଏହି ସମୟରେ ମୁଁ ସେଠାକୁ ଯାଇ ତାଙ୍କୁ ସ୍ବାଗତ କରିବାକୁ ଚାହୁଁଛି। ଏହା ମୋ ପାଇଁ ଆନନ୍ଦର କଥା ହେବ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories