www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ ସାମନ୍ତରାୟ

ସମାଜ ଡିଜିଟାଲ ଡେସ୍କ: ଶୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ତଥା କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କ ସପକ୍ଷରେ ବାହାରିବା ସହ ଦେବାଶିଷ କହିଛନ୍ତି ଯେ ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍‍ କହିଛନ୍ତି  । ଦଳ ତାଙ୍କୁ ଟିକେଟ ଦେବାକୁ କହି ଟିକେଟ ଦେଲାନାହିଁ । ଦଳ ବିରୋଧରେ ମୁଁ ଖୋଲିଲେ ଆକ୍ସନ ନେବା ତାହା ଠିକ୍‍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହଁନ୍ତି । ପ୍ରଫୁଲ୍ଲ ମଲ୍ଲିକ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ସେ ବହୁତ କାମ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍‍ପେଣ୍ଡ କରିବା ଭୁଲ ନିଷ୍ପତ୍ତି । ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଇଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ । ସମସ୍ତଙ୍କ କଥା ଦଳ ଶୁଣିବା କଥା । ମତେ ଦଳ ଯାହା କୁହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।
ସେପଟେ ଦେବାଶିଷଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ଦେବାଶିଷ ସାମନ୍ତରାୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳରେ କିଏ କଣ କରୁଛି ତାହା ଶୃଙ୍ଖଳା କମିଟି ଦେଖୁଛି । ଏ ବିଷୟରେ ଦଳର ସଭାପତି ମଧ୍ୟ ଅବଗତ ଅଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories