www.samajalive.in
Wednesday, November 12, 2025
27.1 C
Bhubaneswar

ଭାରତ-ଚୀନର ନିଷ୍ପତ୍ତିକୁ ବଦଳାଇ ପାରିବେ ନାହିଁ; ଟ୍ରମ୍ପଙ୍କୁ କଡା ଜବାବ ଦେଲା ରୁଷ

ନୂଆଦିଲ୍ଲୀ : ଆମେରିକା ଲଗାତାର ଭାରତ,ଚୀନ ସମେତ ୟୁରୋପୀୟ ଦେଶକୁ ରୁଷରୁ ତେଲ କିଣିବା ଉପରେ ଆପତ୍ତି ଜାହିର କରିଛି । ଏହାସହ ଟ୍ରମ୍ପ ଜି୭ ଦେଶ ଓ ୟୁରୋପକୁ କହିଛନ୍ତି ଯେ, ରୁଷ ଓ ତା’ ସହ ସମ୍ପର୍କ ରଖୁଥିବା ଦେଶ ଉପରେ କଠୋର ପ୍ରତିବନ୍ଧକ ଲଗାଯାଉ । ମାତ୍ର ଏବେ ରୁଷ ମଧ୍ୟ ପ୍ରଥମ ଥର ଟ୍ରମ୍ପଙ୍କ ଧମକର ସିଧା ଜବାବ ଦେଇଛି । ରୁଷର ବିଦେଶ ମନ୍ତ୍ରୀ ସେର୍ଗେଇ ଲାବରୋଭ ଏକ ସାକ୍ଷାତକାରରେ ଟ୍ରମ୍ପଙ୍କ ଧମକକୁ ନେଇ କହିଛନ୍ତି ଯେ, କେବଳ ଧମକ ଦେଇ ଆମେରିକା ଭାରତ ଏବଂ ଚୀନକୁ ରୁଷରୁ ତେଲ କିଣିବାକୁ ରୋକି ପାରିବ ନାହିଁ । ଉଭୟ ଦେଶ ରାଷ୍ଟ୍ରୀୟ ହିତ ପାଇଁ ତେଲ କିଣିବା ଜାରି ରଖିବେ । ଚାପ କିମ୍ବା ଶୁଳ୍କ ପଦକ୍ଷେପ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ପାରିବ ନାହିଁ ।

୯ ଅକ୍ଟୋବରରୁ ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

- Advertisement -

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଗତକାଲି ବ୍ରିଟେନ୍‌ ଗସ୍ତରେ ଥିଲେ । ଏହି ସମୟରେ ସେ ପୁଣି ଥରେ ରୁଷର ତେଲ ଉପରେ ଆପତ୍ତି ଜାହିର କରିଥିଲେ । ଟ୍ରମ୍ପ ଭାରତର ରୁଷର ତୈଳ କ୍ରୟକୁ ବିରୋଧ କରିଥିଲେ ଏବଂ ଶୁଳ୍କ ଲାଗୁ କରିବା ଉଚିତ୍‌ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ଟ୍ରମ୍ପ ରୁଷରୁ ତେଲ କିଣୁଥିବା ଦେଶଗୁଡିକୁ ଅଧିକ ଶୁଳ୍କ ଦେବାକୁ ବାରମ୍ବାର ଧମକ ଦେଇଥିଲେ ।

ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories