www.samajalive.in
Monday, December 8, 2025
14.1 C
Bhubaneswar

ଆଇଫୋନ୍‍-୧୭ ସରିଜି ଲଞ୍ଚ: ମୁମ୍ବଇ ଷ୍ଟୋର ସାମ୍ନାରେ ଠେଲାପେଲା

ସମାଜ ଡିଜିଟାଲ ଡେସ୍କ: ଆଜି ଲଞ୍ଚ ହୋଇଛି ଆଇଫୋନ୍‍-୧୭ । ଏଥିପାଇଁ ମୁମ୍ବଇର ବିକେସି ଜିଓ ସେଣ୍ଟରରେ ଥିବା ଆପେଲ ଷ୍ଟୋର ବାହାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆଇଫୋନ୍‍ କିଣିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସୁରକ୍ଷା କମୀମାନେ ଆସି ଭିଡ଼ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଓ ଲୋକଙ୍କ ମଧ୍ୟରେ ମାରପିଟ୍‍ ପରିସ୍ଥିତି ଉପୁଜିଛି ।

ଶୁକ୍ରବାର ଦିନ ଭାରତରେ ଆଇଫୋନ୍‍-୧୭ ସିରିଜ୍‍ ବିକ୍ରୟ ଆରମ୍ଭ ହେବା ମାତ୍ରେ ମୁମ୍ବଇ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ଏବଂ ଦିଲ୍ଲୀର ସାକେତରେ ଥିବା ଆପେଲ ଷ୍ଟୋର ବାହାରେ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି । ଅନେକ ଗ୍ରାହକ ଏପରିକି ମହାରାଷ୍ଟ୍ର ବାହାରୁ ମଧ୍ୟ ଆସିଥିବା ଜଣାପଡିଛି । ଭିଡ଼ିକୁ ଦେଖି ସ୍ପଷ୍ଟ ହେଉଛି ଯେ ଭାରତରେ ଆପେଲ ଆଇଫୋନ୍‍ ପ୍ରତି ଆଗ୍ରହ ନିରନ୍ତର ବୃଦ୍ଧି ପାଉଛି ।

ଆପେଲ୍‍ ସେପ୍ଟେମ୍ବର ୯ରେ ଏକ କାର୍ଯ୍ୟକ୍ରମରେ ଆଇଫୋନ୍‍-୧୭ ଲଞ୍ଚ କରିଥିଲା । ଏହାର ପ୍ରାରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି । ନୂତନ ମଡେଲ୍‍ ଏବେ ଏକ ବଡ ୬.୩ ଇଞ୍ଚ ଡିସପ୍ଲେ ଏବଂ ୧୨୦ଏଚଜେଡ୍‍ ପ୍ରୋମୋସନ୍‍ ରିଫ୍ରେସ୍‍ ରେଟ୍‍ ସହିତ ଆସୁଛି । କ୍ୟାମେରା ସିଷ୍ଟମରେ ମଧ୍ୟ ଏକ ବଡ ପରିବର୍ତ୍ତନ କରାଯାଇଛି । ଏଥିରେ ଏକ ୪୮-ମେଗାପିକ୍ସେଲ ଡୁଆଲ୍‍ ଫ୍ୟୁଜନ୍‍ କ୍ୟାମେରା ରହିଛି । ଯାହା ମେନ୍‍ କ୍ୟାମେରା ଏବଂ ଏକ ଟେଲିଫୋଟୋ ଲେନ୍ସର କ୍ଷମତାକୁ ମିଶ୍ରଣ କରିଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories