www.samajalive.in
Sunday, December 7, 2025
23.1 C
Bhubaneswar

ପୁଟିନ ମୋତେ ଅପଦସ୍ତ କରିଛନ୍ତି: ଟ୍ରମ୍ପ

ଲଣ୍ଡନ: ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରୁଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରୁନାହିଁ। ସଂପ୍ରତି ବ୍ରିଟେନ ଗସ୍ତରେ ଯାଇଥିବାବେଳେ ଟ୍ରମ୍ପ ଏଥିପାଇଁ ରୁଷ୍‌ ରା​‌ଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ପୁଟିନ ଏହି ପ୍ରସଙ୍ଗରେ ତାଙ୍କୁ ଅପଦସ୍ତ କରିଥିବା ଟ୍ରମ୍ପ କହିଛନ୍ତି। ଗତମାସରେ ଆଲାସ୍କାରେ ଆୟୋଜିତ ଏକ ବୈଠକରେ ଉଭୟ ଟ୍ରମ୍ପ ଓ ପୁଟିନ ପରସ୍ପରକୁ ଭେଟିଥିବାବେଳେ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବାକୁ ଟ୍ରମ୍ପ କୁଆଡେ ପୁଟିନଙ୍କୁ ଅନୁରୋଧ କରିଥିଲେ।

ତେବେ ଆଲୋଚନା ପାଇଁ ପୁଟିନ ଯେଉଁ ସର୍ତ୍ତ ରଖିଥିଲେ ତାହା ୟୁକ୍ରେନ ପାଇଁ ଗ୍ରହଣୀୟ ହୋଇନଥିଲା। ଟ୍ରମ୍ପ ଆହୁରି କହିଛନ୍ତି କ୍ଷମତାକୁ ଆସିବାପରେ ସେ ଭାବିଥିଲେ ଯେ ଏହି ଯୁଦ୍ଧ ବନ୍ଦ କରିବା ତାଙ୍କ ପାଇଁ ସହଜ ହେବ। ତେବେ ବାସ୍ତବ ସ୍ଥିତି ଭିନ୍ନ ମୋଡ ନେଉଥିବା ସେ କହିଛନ୍ତି। ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ମଧ୍ୟ ଚାଲିଛି। ଦ୍ବିତୀୟ ଥର କ୍ଷମତାକୁ ଆସିବା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ସେ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତେବେ ଚବିଶ ଘଣ୍ଟା ମଧ୍ୟରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବେ। ଇତିମଧ୍ୟରେ ଟ୍ରମ୍ପ କ୍ଷମତା ଅକ୍ତିିଆର କରିବାର ପ୍ରାୟ ଆଠ ମାସ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରୁଷ୍‌ କିମ୍ବା ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ କୌଣସି ଫଳପ୍ରଦ ନିଷ୍ପତ୍ତି ନେଇପାରୁନାହାନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ମଧ୍ୟ ଏହି ପ୍ରସଙ୍ଗରେ ପୁଟିନଙ୍କୁ ସମାଲୋଚନା କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories