www.samajalive.in
Wednesday, December 10, 2025
14.1 C
Bhubaneswar

ପୁରୁଷ ଓ ମହିଳାଙ୍କ ଗିରଫ; ବ୍ରାଉନସୁଗାର ଓ ଟଙ୍କା ଜବତ

ସମ୍ବଲପୁର: ସମ୍ବଲପୁରର ସୁନାପାଲି ଅଞ୍ଚଳରୁ ପୁଲିସ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ବ୍ରାଉନସୁଗାର ଓ ଟଙ୍କା ସହିତ ଗିରଫ କରିଛି। ପୁଲିସକୁ ସୁନାପାଲି ଅଞ୍ଚଳରେ ବେଆଇନ ଭାବରେ ବ୍ରାଉନସୁଗାର ବିକ୍ରି କରାଯାଉଥିବାର ଖବର ମିଳିବା ପରେ ଚଢ଼ଉ କରାଯାଇଥିଲା। ସୁନାପାଲି ପଡିଆ ନିକଟରେ ସେହି ଅଞ୍ଚଳର ନିବାସୀ ମହମ୍ମଦ ୱାଜିର (୪୩) ଓ ତାଙ୍କର ପତ୍ନୀ ସମସାଦ ବେଗମ (୩୦)ଙ୍କୁ ଧରାଯାଇଥିଲା। ସେମାନଙ୍କ ନିକଟରୁ ପ୍ଲାଷ୍ଟିକ ପ୍ୟାକେଟ ମଧ୍ୟରେ ୧୫.୫୫ ଗ୍ରାମର ବ୍ରାଉନସୁଗାର, ୬୧ ହଜାର ୪୫୦ ଟଙ୍କା ଓ ମୋବାଇଲ ଫୋନ ଜବତ ହୋଇଥିଲା । ପୁଲିସ ଜେରା ସମୟରେ ସେମାନେ ଏହି ବ୍ରାଉନସୁଗାର ଗୁଡିକୁ ପଶ୍ଚିମବଙ୍ଗ ରାଜ୍ୟରୁ ଚାଲାଣ କରି ଆଣି ଏଠାରେ ନିଶାଡି ମାନଙ୍କୁ ବିକ୍ରି କରୁଥିବାର କହିଛନ୍ତି। ଏଣୁ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଧନୁପାଲି ପୁଲିସ କହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories