www.samajalive.in
Saturday, December 13, 2025
26.1 C
Bhubaneswar

କଳିଙ୍ଗା ଘାଟିରେ ଭୂସ୍ଖଳନ, ପାହାଡ଼ରୁ ଧସିଲା ମାଟି ଅତଡ଼ା ଓ ପଥର

ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଛି। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଛି। ଏସବୁ ଘାଟି ରାସ୍ତାରେ ଜମା ହେବାରୁ ରାସ୍ତା ବନ୍ଦ ହୋଇଟାଇଛି। ଫଳରେ ଘାଟି ରାସ୍ତା ଦେଇ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ଛିନ୍ନ ହୋଇଯାଇଛି।

ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟିରେ ବହୁ ଗାଡ଼ିମୋଟର ଫସି ରହିଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ପଥର ଏବଂ ମାଟି ଜମି ରହିଥିବାରୁ ଗାଡ଼ିଗୁଡ଼ିକ ଆଗକୁ କିମ୍ବା ପଛକୁ ଯାଇପାରୁ ନାହାନ୍ତି। ବାଇକଗୁଡ଼ିକ କୌଣସି ପ୍ରକାରେ ଯାତାୟାତ କରୁଥିବାବେଳେ ଚାରି ଚକିଆ ଏବଂ ଭାରିଯାନଗୁଡ଼ିକ ଅଟକି ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories