www.samajalive.in
Sunday, December 7, 2025
15.1 C
Bhubaneswar

ମାସୁଦ ପରିବାର ଛାରଖାର କରିଦେଇଛି ଅପରେସନ ସିନ୍ଦୂର; ମାନିଲା ଜୈଶର ଟପ୍‌ କମାଣ୍ଡର

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରର ପରିବାର ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଛାରଖାର ହୋଇଛି। ଭାରତୀୟ ସେନା ଆକ୍ରମଣରେ ମାସୁଦର ପରିବାରକୁ ଖଣ୍ଡ ଖଣ୍ଡ ହୋଇଯାଇଛି ବୋଲି ମାନିଛି ଜୈଶର ଟପ୍ କମାଣ୍ଡର ମାସୁଦ ଇଲିୟାସ କାଶ୍ମୀରୀ। ପାକିସ୍ତାନରେ ଏକ ସଭାରେ ଇଲିୟାସ କାଶ୍ମୀରୀ ଏହା ସ୍ଵୀକାର କରିଛି, ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଇଲିୟାସ କହୁଥିବା ଦେଖିବାକୁ ମିଳିଛି ଯେ, ଭାରତୀୟ ସେନାର ମେ ୭ ଆକ୍ରମଣ ପାକିସ୍ତାନର ବହଓ୍ବଲପୁରରେ ଥିବା ଜୈଶ ମୁଖ୍ୟାଳୟ ମରକଜ ସୁଭାନଲ୍ଲାଃକୁ ଟାର୍ଗେଟ କରି ହୋଇଥିଲା। ଇଲିୟାସ ଆହୁରି କହିଥିଲା ଯେ, ଆମେ ଆତଙ୍କବାଦକୁ ଆଲିଙ୍ଗନ କଲୁ ଏବଂ ଦିଲ୍ଲୀ, କାବୁଲ, କାନ୍ଦାହାରରେ ଲଢ଼ି ଆମ ଦେଶର ସୀମାକୁ ସୁରକ୍ଷା ଦେଲୁ। ସବୁ କିଛି ତ୍ୟାଗ କରିବା ପରେ ଭାରତୀୟ ସେନା ମେ ୭ରେ ବହଓ୍ବଲପୁରରେ ଆକ୍ରମଣ କରି ମାସୁଦ ଆଝାରର ପରିବାରୁ ଛାରଖାର କରିଦେଲା।

- Advertisement -

ଇଲିୟାସ ସଭାରେ ଭାଷଣ ଦେଉଥିବାବେଳେ ତା’ ଚାରିପାଖେ ୬ରୁ ଅଧିକ ବନ୍ଧୁକଧାରୀ ସୁରକ୍ଷା ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସର୍ବସାଧାରଣ ସ୍ଥାନରେ ଆତଙ୍କବାଦୀଙ୍କ ଏପରି ସଭା ପାକିସ୍ତାନ ସରକାରଙ୍କ ଆତଙ୍କବାଦ ପ୍ରତି ରହିଥିବା ମନୋଭାବର ନଗ୍ନଚିତ୍ରକୁ ଦର୍ଶାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories