www.samajalive.in
Sunday, December 7, 2025
13.1 C
Bhubaneswar

ମେଘାଳୟରେ କାହିଁକି ଏକାସଙ୍ଗେ ୮ ମନ୍ତ୍ରୀ ଦେଲେ ଇସ୍ତଫା ?

ମେଘାଳୟ : ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍‌ ଆଜି ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍‌ ଆଲାୟାନ୍ସ ସରକାରର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସାଙ୍ଗମାଙ୍କ ଉପସ୍ଥିତିରେ ସମସ୍ତ ମନ୍ତ୍ରୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପଛରେ କ୍ୟାବିନେଟ୍‌ ପୁନର୍ଗଠନ ରହିଥିବାବେଳେ ନୂଆ ଲୋକ ମାନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରାଯିବ। ବାସ୍ତବରେ  କୋନରାଡ ସାଙ୍ଗମା କିଛି ନୂଆ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ବର୍ତ୍ତମାନର ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ସେମାନଙ୍କୁ ଏବେ ସଙ୍ଗଠନ କାମରେ ନିୟୋଜିତ କରାଯିବ। ମନ୍ତ୍ରୀମଣ୍ଡଳୀରେ ସାମିଲ ହେଉଥିବା ନୂଆ ସଦସ୍ୟମାନେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ରାଜଭବନରେ ମନ୍ତ୍ରୀ ପଦ ଭାବେ ଶପଥ ପାଠ କରାଯିବ । ଏଥିରେ ବିଜେପି କୋଟାର ମନ୍ତ୍ରୀମାନେ ମଧ୍ୟ ରହିଥିବା ଜଣାପଡିଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories