www.samajalive.in
Sunday, December 14, 2025
15.1 C
Bhubaneswar

ଆସୁଛି ନୂଆ ଓଡ଼ିଆ ସିନେମା ‘ମଙ୍ଗଳପୁର ଡାଏରୀ’

ଭୁବନେଶ୍ୱର :ସେ ଜଣେ ସଫଳ ସିନେ ପଯୋଜକ ।ଏଯାବତ ପ୍ରଯୋଜନା କରିଥିବା ସମସ୍ତ ସିନେମା ,ତାଙ୍କୁ ବ୍ୟବସାୟିକ ସଫଳତା ଦେଇଛି ଯାହା ତାଙ୍କୁ ଓଲିଉଡରେ ଜଣେ ସଫଳ  ସିନେ ପଯୋଜକ ଭାବେ ପରିଗଣିତ କରାଇଛି ।ଆମ କହୁଛୁ ପ୍ରଯୋଜକ ,ପ୍ରମୋଦ କୁମାର ସ୍ବାଇଁଙ୍କ କଥା ।ଦୀର୍ଘଦିନର ନୀରବତା ପରେ ସେ ପୁଣି ପ୍ରଯୋଜନାରେ ପାଦ ଥାପିଛନ୍ତି।

ତାଙ୍କ ଜନ୍ମଦିନ ଅବସରର ମହାଦେବ ଫିଲ୍ମ ପ୍ରଡକ୍ସନର ସପ୍ତମ ଅବଦାନ ଭାବେ ସିନେମାର ଟାଇଟେଲ ଘୋଷଣା ହୋଇଛି ।ସିନେମାର ନାମ ରହିଛି ‘ମଙ୍ଗଳପୁର ଡାଏରି’ ।ଅମ୍ଳାନ ମୁଖ୍ୟ ନାୟକ ଓ ତୃପ୍ତି ମିରାମ୍ବିକା ମୁଖ୍ୟ ନାୟିକା ଭାବେ ନଜର ଆସିବେ ।ଅନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ ,ଉଦୟ ଗୁରୁ ,ଅମର ,ଶୁଭ୍ରାଂଶୁ , ରାକ୍ଷୀ ଅପା ,ପ୍ରମୁଖ ଅଭିନୟ କରୁଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶନା ଭାର ସୋମେଶ ଶତପଥୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ ଏହି ଚଳଚିତ୍ରର ନିର୍ଦ୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ ।ମହାଦେବ ବ୍ୟାନରର ସପ୍ତମ ସିନେମାର ଟାଇଟେଲ ଘୋଷଣା ଉତ୍ସବରେ ଉତ୍ତର ବିଧାୟକ ବାବୁ ସିଂ ଓ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ ।
‘ମଙ୍ଗଳପୁର ଡାଏରି’, ଏହି ସିନେମାର କାହାଣୀରେ ନୂତନତା ଥିବା ନେଇ କହିଛନ୍ତି ପ୍ରଯୋଜକ ପ୍ରମୋଦ ସ୍ୱାଇଁ ।
ଏହି ସିନେମା ସସପେନ୍ସ ଓ ଥ୍ରୀଲରରେ ବି ଭରପୁର ରହିବ । ପ୍ରକାଶଥାଉକି ,ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଏହି ସିନେମା ପୂର୍ବରୁ ‘ଦେ ମା ଶକ୍ତି ଦେ ‘,’ତୁ ମୋ ଆଖିର ତାରା ‘ଭଳି ଅନେକ ସଫଳ ସିନେମାର ପ୍ରଯୋଜନା କରିଛନ୍ତି ।’ମଙ୍ଗଳପୁର ଡାଏରୀ ‘ତାଙ୍କ ସପ୍ତମ ସିନେମା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories