www.samajalive.in
Saturday, December 13, 2025
21.1 C
Bhubaneswar

ଆତଙ୍କବାଦୀଙ୍କୁ ପାଣ୍ଠି ନ ଦେବାକୁ ଆମେରିକାର ପାକିସ୍ତାନକୁ ପରାମର୍ଶ

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ଆଶ୍ରୟ ଓ ପାଣ୍ଠି ନ ଦେବାଲାଗି ଆମେରିକା ପୁଣି ଥରେ ପାକିସ୍ତାନକୁ ପରାମର୍ଶ ଦେଇଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଥର ଆନ ନଟ ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଛନ୍ତି, ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦର ରାଜିନାମାର ସମ୍ପୂର୍ଣ ପାଳନ କରିବା ଆବଶ୍ୟକ। ସେ କହିଛନ୍ତି, ସମ୍ପ୍ରତି ପୁଲ୍‍ୱାମା ଆକ୍ରମଣ ଭଳି ସୀମାପାରି ଆତଙ୍କବାଦୀ ଘଟଣା ସେହି ଅଞ୍ଚଳ ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଭାରତ ପୁଲ୍‍ୱାମା ଆକ୍ରମଣରେ ଜୈସେ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ସଂକ୍ରାନ୍ତ ସୂଚନା ପାକିସ୍ତାନକୁ ଦେବାପରେ ଆମେରିକା ପକ୍ଷରୁ ଏଭାକି ବିବୃତ୍ତି ଜାରି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories