www.samajalive.in
Saturday, December 6, 2025
23.1 C
Bhubaneswar

ବାକ୍ସ ଭିତରୁ ୩ୟ ଶ୍ରେଣୀ ଛାତ୍ର ଅଚେତ ଅବସ୍ଥାରେ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ସହପାଠୀଙ୍କ ସହ ମତଭେଦ ହେବାରୁ ରାଗରୁଷାରେ ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ବାକ୍ସରେ ପୂରାଇ ବନ୍ଦ କରିଦେଲେ ଅନ୍ୟ କିଛି ପିଲା। ଛାତ୍ର ଘରକୁ ନ ଫେରିବାରୁ ମା’ବାପା ଖୋଜାଖୋଜି କରି ଆସି ସ୍କୁଲରେ ପହଞ୍ଚିଲେ। ଶେଷରେ ଶିକ୍ଷକ ଖୋଜାଖୋଜି କରି ଉକ୍ତ ଛାତ୍ରଙ୍କୁ ଛାତ୍ରାବାସରେ ଏକ ବାକ୍ସ ଭିତରୁ ଉଦ୍ଧାର କରିଥିଲେ। ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡାସ୍ଥିତ ଏକ ସ୍କୁଲରେ ଘଟିଛି ଏପରି ଅଭାବନୀୟ ଘଟଣା। ଛାତ୍ର ଜଣକ ଅଚେତ ଅବସ୍ଥାରେ ରହିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories