www.samajalive.in
Thursday, December 11, 2025
23.1 C
Bhubaneswar

ଦିଲ୍ଲୀର ତାଜ ପ୍ୟାଲେସକୁ ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀରୁ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଶନିବାର ଧମକ ମିଳିଛି। ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି। ତାଜ ପ୍ୟାଲେସ ଏକ ପଞ୍ଚତାରକା ହୋଟେଲ। ଏହା ଦିଲ୍ଲୀର ପ୍ରସିଦ୍ଧ ଅଞ୍ଚଳ ଚାଣକ୍ୟପୁରୀରେ ଅବସ୍ଥିତ। ଏଠାରେ ଅନେକ କୂଟନୀତିଜ୍ଞ, ରାଜନେତା, ବ୍ୟବସାୟୀ ଏବଂ ଅନେକ ଭିଆଇପି ପ୍ରାୟତଃ ରୁହନ୍ତି। ଏହି କାରଣରୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଧମକକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଖୁଛନ୍ତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ପୁଲିସ ସହିତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ଦିଲ୍ଲୀ ଏବଂ ମୁମ୍ବାଇ ହାଇକୋର୍ଟକୁ ମଧ୍ୟ ବୋମାରେ ଉଡାଇବାକୁ ଧମକ ମିଳିଥିଲା।

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

ଆଉ ଅଳ୍ପ ଦିନ.. ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ୩ ରାଶି ହେବେ ମାଲାମାଲ୍‌, ଚାକିରି ଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନରେ ହେବ ଖୁସିର ଆଗମନ

- Advertisement -

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories