www.samajalive.in
Sunday, December 14, 2025
23.1 C
Bhubaneswar

ଦରମା ମିଳିଲାନି: ଆମ ବସ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୪୨ଦିନ ହେବ ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ । ଠିକ୍‍ ସମୟରେ ଦରମା ନମିଳିବାରୁ ପ୍ରତିବାଦ କରିବା ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି ଆମ ବସର ଡ୍ରାଇଭର । ଭୁବନେଶ୍ୱର ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ପାଖାପାଖି ୪୩ଟି ବନ୍ଦ ପଡିଥିବାରୁ ଯାତ୍ରୀମାନେ ଆଜି ହନ୍ତସନ୍ତ ହୋଇଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ଚାଳକମାନେ ଗାଡି ଚଲାଉଛନ୍ତି । ୪୨ଦିନ ବିତିଥିଲେ ବି ଦରମା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ କରିଛନ୍ତି । ଏହାସହିତ ଓଭର ଡ୍ୟୁଟି ଚାପ, ଇଏସଆଇ ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ପୂର୍ବରୁ ପ୍ରତିମାସ ୧୦ ତାରିଖରେ ଦରମା ମିଳୁଥିଲା । କିନ୍ତୁ ଗତମାସରେ ୧୧ତାରିଖରେ ଦରମା ମିଳିଥିବା ବେଳେ ଚଳିତ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନି ଦିନ ହେବ ଆଜି ଦରମା ମିଳିବ, କାଲି ମିଳିବ କହି ଆମକୁ ଭୁତାଉଥିବା କିଛି ଡ୍ରାଇଭର ଅଭିଯୋଗ କରିଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories