www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଚ୍ଚନା ନାଗଙ୍କ ଘର ସିଲ୍‌ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ସତ୍ୟବିହାରସ୍ଥିତ ଅର୍ଚ୍ଚନା ନାଗଙ୍କ G+2 କୋଠାକୁ ଆଟାଚ କରିବା ସହିତ ତାହାକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଶୁକ୍ରବାର ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ଘରେ ଚଢ଼ାଉ କରାଯିବା ସହିତ ଏହି ପଦକ୍ଷେପ ନିଆଯାଇଛି।

୨୦୨୨ ଅର୍ଥ କାରବାର ମାମଲାରେ କୋର୍ଟ ଅର୍ଚ୍ଚନାଙ୍କୁ ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଇଡି ପକ୍ଷରୁ ମଧ୍ୟ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସେ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିଲେ। ତେଣୁ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କ ଘରକୁ ଆଟାଚ କରାଯାଇଛି। ଆର୍ଥିକ ଅନିୟମିତତା ଆଇନ ୨୦୦୨ ଅଧୀନରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories