www.samajalive.in
Monday, December 8, 2025
24.1 C
Bhubaneswar

ମହିଳା ଏସିଆ କପ୍‌‌ ହକି : ସିଙ୍ଗାପୁରକୁ ହରାଇ ସୁପର-୪ରେ ଭାରତ

ହ୍ବାଙ୍ଗ୍‌ଝୌ: ଏଠାରେ ଚାଲିଥିବା ମହିଳା ଏସିଆ କପ୍‌‌ ହକି ପ୍ରତିଯୋଗିତାରେ ସୋମବାର ଭାରତୀୟ ଦଳ ବୃହତ୍‌ ବିଜୟ ହାସଲ କରିଛି। ସିଙ୍ଗାପୁରକୁ ୧୨-୦ ଗୋଲ୍‌ରେ ହରାଇ ଭାରତ ପୁଲ୍‌ ‘ବି’ରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ବିଜୟ ଫଳରେ ଭାରତୀୟ ମହିଳା ଦଳ ପୁଲ୍‌ର ୧ନଂ ଦଳ ଭାବେ ଭାରତ ମଧ୍ୟ ସୁପର-୪ରେ ପ୍ରବେଶ କରିଛି। ପୂର୍ବରୁ ପୁଲ୍‌ ‘ବି’ରେ ଭାରତ ପ୍ରଥମ ମ୍ୟାଚ୍‌‌ରେ ଥାଇଲାଣ୍ଡକୁ ୧୧-୦ରେ ପରାସ୍ତ କରିବା ପରେ ଜାପାନ ସହ ୨-୨ ଗୋଲରେ ମ୍ୟାଚ୍‌‌ ଡ୍ର ରଖିଥିଲା। ସିଙ୍ଗାପୁର ବିପକ୍ଷ ବୃହତ ବିଜୟରେ ଭାରତ ପକ୍ଷରୁ ମମ୍‌‌ତାଜ୍‌‌ ଖାଁ (୨, ୩୨, ୩୯ ମିନିଟ୍‌) ଓ ନବନୀତ କୌର (୧୪, ୨୦, ୨୮ ମିନିଟ୍‌) ହ୍ୟାଟ୍ରିକ୍‌‌ ଗୋଲ ସ୍କୋର କରିଥିଲେ। ନେହା ୧୧ ଓ ୩୮ ମିନିଟରେ ୨ଟି, ଲାଲ୍‌ରେମ୍‌ସିଆମି (୧୩), ଉଦିତା ଦୁହାନ୍ (୨୯), ଶର୍ମିଳା ଦେବୀ (୪୫) ଓ ଋତୁଜା ପିସାଲ୍‌ (୫୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ପୁଲ-ବି’ରେ ଭାରତ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଜାପାନ ମଧ୍ୟ ସମାନ ୭ ପଏଣ୍ଟ ପାଇଥିଲେ ହେଁ ଗୋଲ୍‌ ବ୍ୟବଧାନରେ ଜାପାନ ୨ୟ ସ୍ଥାନରେ ରହି ସୁପର-୪ରେ ପ୍ରବେଶ କରିଛିି। ପୁଲ୍‌ ‘ଏ’ରେ ଆୟୋଜକ ଚୀନ୍‌‌ ୩ଟି ମ୍ୟାଚ୍‌‌ରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ପ୍ରଥମ ଓ ଦକ୍ଷିଣ କୋରିଆ ୨ଟି ବିଜୟ ୬ ପଏଣ୍ଟ ପାଇ ୨ୟ ସ୍ଥାନରେ ରହି ସୁପର-୪ରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୦ରୁ ୧୩ ଯାଏ ସୁପର-୪ ମୁକାବିଲା ଏବଂ ୧୪ରେ ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories