www.samajalive.in
Sunday, December 14, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀରର କୁଲଗାମରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର କୁଲଗାମ ଅନ୍ତର୍ଗତ ଗୁଡାର ଜଙ୍ଗଲରେ ଯବାନଙ୍କ ସହିତ ଗୁଳିବିନିମୟ ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ସେନାର ଜଣେ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି।

ଉକ୍ତ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସୋମବାର ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଭାରତୀୟ ସେନା, ଜାମ୍ମୁ-କାଶ୍ମୀର ପୁଲିସ ଏବଂ ଶ୍ରୀନଗର ସିଆରପିଏଫ ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା। ଏଥିରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିଲେ। ଏ ନେଇ ସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories