www.samajalive.in
Sunday, December 7, 2025
14.1 C
Bhubaneswar

ଏସି ଫାଟି ଗୋଟିଏ ପରିବାର ଶିଶୁ ସମେତ ବାପା-ମାଆ ମୃତ, ପୋଷା କୁକୁର ବି ବଞ୍ଚିଲାନି

ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦ ଜିଲାରେ ରବିବାର ବିଳମ୍ବିତ ରାତିରେ ହଇଚଇ ସୃଷ୍ଟି କରିବା ଭଳି ଏକ ଘଟଣା ଘଟିଛି । ଗ୍ରୀନ୍‌ ଫିଲ୍ଡ କଲୋନୀ ସ୍ଥିତ ଏକ ଘରେ ପ୍ରଥମ ମହଲାରେ ଏସି ଫାଟିବା ପରେ ନିଆଁ ଲାଗି ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏପରିକି ପୋଷାକ କୁୁକୁରର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି ।
ମୃତକ ମଧ୍ୟରେ ପରିବାରର ମୁଖିଆ ସଚିନ୍‌ କପୁର, ତାଙ୍କ ପତ୍ନୀ ରିଙ୍କୁ କପୁର ଓ ଝିଅ ସୁଜାନ କପୁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପଡୋଶୀ ମଧ୍ୟ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାତିରେ ହଠାତ୍‌ ଖୁବ୍‌ ଜୋରରେ ଶବ୍ଦ ହୋଇଥିଲା । ଏହାପରେ ଘରୁ ପ୍ରବଳ ଧୂଆଁ ଓ ନିଆଁ ଦେଖାଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ଘର ନିଆଁରେ ଜଳି ଧୂଆଁମୟ ହୋଇଯାଇଥିଲା । ଶ୍ୱାସରୁଦ୍ଧ ହୋଇ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଆରମ୍ଭ ହେଲା ପିତୃପକ୍ଷ : ଜାଣନ୍ତୁ କେଉଁ କାର୍ଯ୍ୟ ବର୍ଜନୀୟ; କ’ଣ କରିବେ ନାହିଁ ଦାନ

- Advertisement -

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories