www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଘଟଣାରେ ଆଦିବାସୀ ଯୁବକଙ୍କ ମୃତ୍ୟୁ

ପାତ୍ରପୁର: ଜରଡ଼ା ଥାନା ତୁମ୍ବା ଫାଣ୍ଡି ଭାଲିଆସାହି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସାମନ୍ତରାପୁର ପଞ୍ଚାୟତ ତାଳପଦର ଗ୍ରାମର ଡମ୍ବୁରୁ ଶବର (୩୮) ବୋଲି ଜଣା ପଡିଛି। ଡମ୍ବରୁ ଭଉଣୀଙ୍କୁ ଛାଡ଼ି ଫେରୁଥିବା ବେଳେ ସିନ୍ଦୁରାବାଡ ନିକଟରେ ବାଇକ ଦୁର୍ଘଟଣା ଘଟିଥିଲା। ସେ ରାସ୍ତା ଉପରେ ପଡ଼ିଥିବା ଦେଖି କିଛି ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ। ତାଙ୍କର ମୁଣ୍ଡ ଫାଟିଯିବା ସହିତ ପ୍ରବଳ ରକ୍ତ ସ୍ରାବ ହେବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ ତୁମ୍ବା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତୁମ୍ବା ଫାଣ୍ଡି ଏଏସଆଇ କୃଷ୍ଣଚନ୍ଦ୍ର ଭୂୟାଁ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories