www.samajalive.in
Sunday, December 14, 2025
26.1 C
Bhubaneswar

ପରିତ୍ୟକ୍ତ ଟାଙ୍କିରୁ ମୃତଦେହ ଉଦ୍ଧାର ଘଟଣା, ୫ ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ

ରଣପୁରଗଡ : ପରିତ୍ୟକ୍ତ ଟାଙ୍କି ଭିତରୁ ନାବାଳକ ଶିଶୁ ମୃତଦେହ ଉଦ୍ଧାର ଘଟଣାରେ ରଣପୁର ପୁଲିସ ପର୍ଦାଫାଶ କରିଛି। ନାବାଳକ ଶିଶୁ ହତ୍ୟା ଘଟଣାରେ ରଣପୁର ଥାନା ପେ।ଲିସ ପାଞ୍ଚ ଜଣ ନାବାଳକଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି ନୟାଗଡ଼ କିଶୋର ନ୍ୟାୟାଳୟକୁ ଚାଲାଣ କରିଥିବା ଜଣାପଡିଛି। ପେ।ଲିସ ସୁଚନା ଅନୁଯାୟୀ ସମଲିଙ୍ଗୀ ଯୈ।ନ ସମ୍ପର୍କ ଥିଲା ହତ୍ୟାର କାରଣ। ହତ୍ୟା ଅଭିଯୋଗ ପାଇଲା ପରେ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଘଟଣାକୁ ଗୁରୁତର ଭାବରେ ନେଇ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ଘଟଣା ଦିନ ଗିରଫ ପାଞ୍ଚ ଜଣ ନାବାଳକ ମୃତ ନାବାଳକ ଶିଶୁକୁ ନେଇ ବିଦ୍ୟାଳୟ ପଛପଟକୁ ଯାଇଥିଲେ। ସମଲିଙ୍ଗୀ ଯୈ।ନ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ। ମୃତକ ରାଜି ନହେବାରୁ ତାକୁ ଶ୍ୱାସ ରୁଦ୍ଧ କରି ମାରି ପରିତ୍ୟକ୍ତ ଟାଙ୍କି ଭିତରେ ଫିଙ୍ଗି ଦେଇଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ କେବଳ ଗିରଫ ପାଞ୍ଚ ଜଣ ଫେରିଥିଲେ। ପେ।ଲିସ ଆଗରେ ଅଭିଯୁକ୍ତ ନାବାଳକମାନେ ହତ୍ୟାକାଣ୍ଡକୁ ମାନିଥିବା ସୂଚନା ମିଳିଛି । ନାବାଳକ ଯେ।ଗୁ ପେ।ଲିସ ନାମ ଦେବାକୁ ମନା କରିଛି। ମୃତ ଶିଶୁ ହେଉଛନ୍ତି କଟକ ଜିଲ୍ଲା ବଡମ୍ବାର ଆଲିନୁରୁଦ୍ଦିନ୍ ଖାନଙ୍କ ପୁଅ ଫରାନୁଦ୍ଦିନ୍ ଖାନ୍ । ଏକ ବର୍ଷ ହେବ ନିଳପଲ୍ଲୀରେ ରହି ପାଠ ପଢୁଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories