www.samajalive.in
Saturday, December 6, 2025
16.1 C
Bhubaneswar

ସୁଧୁରି ନାହଁ ଦିଲ୍ଲୀ ବନ୍ୟା ପରିସ୍ଥିତି: ବନ୍ୟାଞ୍ଚଳ ପରିଦର୍ଶନ କଲେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବନ୍ୟା ପରିସ୍ଥିତିରେ କୌଣସି ଉନ୍ନତି ଆସିପାରି ନାହିଁ। ଯମୁନା ନଦୀ ଏବେ ମଧ୍ୟ ବିପଦ ସଂକେତ ଉପରେ ରହିଛି। ଶୁକ୍ରବାର ସକାଳ ୭ଟାରେ ସିଗ୍‌ନେଚର ବ୍ରିଜ୍ ନିକଟରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା। ଫଳରେ ଦିଲ୍ଲୀର ଅନେକ ଅଞ୍ଚଳ ଏବେ ବନ୍ୟା ପାଣିରେ ବୁଡି ରହିଛି। ଶୁକ୍ରବାର ମଧ୍ୟ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଦିଲ୍ଲୀରେ ବନ୍ୟା ଯୋଗୁଁ ନଦର୍ଣ୍ଣ ରେଲୱେ ୬୦ଟି ଟ୍ରେନ ଚଳାଚଳକୁ ବାତିଲ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସାମ୍ବାଦିକଙ୍କୁ କହିଛନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବାକୁ ଆସିଛି। ରିଲିଫ୍ ଶିବିରରେ ରହୁଥିବା ଲୋକଙ୍କ ପାଖରେ ଠିକ୍ ସମୟରେ ଖାଦ୍ୟ ପଦାର୍ଥ ପହଞ୍ଚୁ ନଥିବାର ସେ ଅଭିଯୋଗ କରିଛନ୍ତି। ଏହା ସହିତ ମଶା ନିୟନ୍ତ୍ରଣ ଓ ପାନୀୟ ଜଳ ଭଳି ସମସ୍ୟା ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories