ସମାଜ ଡିଜିଟାଲ ଡେସ୍କ: ଝାଡ଼ଖଣ୍ଡର ଧନବାଦରେ ଏକ କୋଇଲା ଖଣିରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଖଣି ଗର୍ତ୍ତ ଭିତରକୁ ଏକ ସର୍ଭିସ ଭ୍ୟାନ ଖସିପଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କୋଇଲା ଖଣିରେ ଅତଡ଼ା ଧସିବାରୁ ଭ୍ୟାନଟି ୪୦୦ ଫୁଟ ତଳକୁ ଖସିପଡ଼ିଥିଲା। ଖାଦାନରେ ପାଣି ଭର୍ତ୍ତି ହୋଇଥିବାରୁ ଶ୍ରମିକମାନେ ସେଥିରେ ବୁଡ଼ି ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ଘଟଣା ପରେ ବିସିସିଏଲ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ ଏବଂ ଧାନବାଦ ପୁଲିସ ପହଞ୍ଚିଥିଲେ। ରଶି ସାହାଯ୍ୟରେ ଉଦ୍ଧାରକାରୀ ଦଳ ଭିତରକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ। କିଛି ଶ୍ରମିକଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି।



