www.samajalive.in
Saturday, December 6, 2025
26.1 C
Bhubaneswar

ଶୁକ୍ରବାର ରାଶିଫଳ : ବ୍ୟବସାୟରୁ ଆଶାନୁରୂପ ଲାଭ ହେବ

ମେଷ: ଲୋକପୂଜ୍ୟ ହେବେ। କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରସେବକ ହେବେ। ନିଷ୍ଠୁର ସ୍ବଭାବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। ଧନଶାଳୀ ହେବେ। ଖାଦ୍ୟରେ ନିର୍ଲୋଭ ଓ ଅନ୍ୟାନ୍ୟ କ୍ଷେତ୍ରରେ ଲୋଭୀ ହେବେ।

ବୃଷ: ଦେବ କାର୍ଯ୍ୟ ସମ୍ପାଦନ କରି ଆତ୍ମସନ୍ତୋଷ ଲାଭ କରିବେ। ନାମାବଳୀ ବସ୍ତ୍ର ପରିଧାନରେ ଆଗ୍ରହୀ ହେବେ। ପତ୍ନୀଙ୍କ ମନସ୍କାମନା ପୂରଣ ପାଇଁ ଧନ ବ୍ୟୟ କରିପାରନ୍ତି। କର୍ମତତ୍ପର ରହିବେ। ସୁସ୍ଥ ଓ ନିରାମୟ ରହିବେ।

- Advertisement -

ମିଥୁନ: ବାଣିଜ୍ୟ କାରବାର ବିଶେଷ ଲାଭଦାୟକ ହେବ। ସହଧର୍ମିଣୀଙ୍କ ପରାମର୍ଶରେ ପରିଚାଳିତ ହୋଇପାରନ୍ତି। ନବବସ୍ତ୍ର ପରିଧାନ କରି ପୁଷ୍ପ ଭରଣ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନଲାଭ ହୋଇପାରେ।

କର୍କଟ: ଚାରାରୋପଣାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କୂପ ଖନନ କାର୍ଯ୍ୟରୁ ଧନ ପ୍ରାପ୍ତ ହୋଇପାରନ୍ତି। ଘାଟ ନିଲାମରେ ଧନ ବ୍ୟୟ କରି ଲାଭବାନ୍‌ ହେବେ। ଦୀନ, ଦରିଦ୍ରଙ୍କ ପ୍ରତି ଦୟାଭାବ ରହିବ।

ସିଂହ: ପରଧର୍ମ ଗ୍ରହଣରେ କୁଣ୍ଠା ପ୍ରକାଶ କରିବେ ନାହିଁ। ସ୍ବଧର୍ମ କ୍ରିୟା ନିଷ୍ଠାର ସହ ପାଳନ କରିବେ। ତୀର୍ଥଯାତ୍ରୀଙ୍କ ସେବା ପ୍ରତି ଆଗ୍ରହୀ ହେବେ। ସମସ୍ୟା ସମାଧାନରେ ଦୃଢ଼ ପୌରୁଷର ପରିଚୟ ଦେବେ।

କନ୍ୟା: ପତ୍ନୀଙ୍କ ପରାମର୍ଶରେ ସଂଶୋଧନ ପ୍ରକ୍ରିୟା ପ୍ରୟୋଗ କରି ଗ୍ରହଣ କଲେ ତାହା ଶୁଭ ଓ ଲାଭଦାୟକ ହେବ। ହିଂସା ମାର୍ଗରୁ ନିଜକୁ ମୁକ୍ତ ରଖିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ସତର୍କତା ଜରୁରୀ।

ତୁଳା: ପତ୍ନୀ ଗୁଣବତୀ ଓ ବିବିଧ ଜ୍ଞାନଗରିମାଯୁକ୍ତ ହେବେ। ପଦାର୍ଥ ପ୍ରିୟ ହୋଇପାରନ୍ତି। ଧର୍ମଧାରଣାରେ ସ୍ବାମୀଙ୍କ ମଙ୍ଗଳାକାଂକ୍ଷୀ ହୋଇପାରନ୍ତି। ବିନୀତ ସ୍ବଭାବୀ ଓ ପରୋପକାରୀ ଭାବେ ସୁନାମ ଅର୍ଜନ କରିବେ।

ବିଛା: ପରିବାର ସ୍ନେହୀ ବିଶେଷ କରି ଭ୍ରାତୃ ସ୍ନେହୀ ହେବ। ସ୍ବଧର୍ମ ଓ କର୍ମବଳରେ ଶତ୍ରୁତାର ଅବସାନ ଘଟାଇବେ। ପଦପଦବୀଯୁକ୍ତ ହୋଇ ଅଧସ୍ତନ ସ୍ନେହୀ ଓ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ଧନୁ: ଗୁଣବାନ୍‌ ଓ ସତ୍‌ ଚରିତ୍ରଯୁକ୍ତ ବଳିଷ୍ଠ ପୁତ୍ରଯୁକ୍ତ ହେବେ। ସେବାପ୍ରିୟ ହେବାର କାର୍ଯ୍ୟକଳାପରୁ ସୂଚନା ମିଳୁଛି। ମାନସମ୍ମାନଯୁକ୍ତ ହୋଇପାରନ୍ତି। ଉପାଦେୟ ପୁସ୍ତକ ଅଧ୍ୟୟନରେ ନିବିଷ୍ଟ ହେବେ।

ମକର: ପିତୃସେବାରୁ ଆୟୁଷ୍ମାନ୍‌ ହେବେ। ଜଳାଶୟ ନିର୍ମାଣ କରି କୃଷି, କୃଷକ ଓ ଗୋମହିଷାଦି ଜଳପାନର ବ୍ୟବସ୍ଥା କରି ଆତ୍ମସନ୍ତୋଷ ଲାଭ କରିବେ। ଯାନବାହାନାଦି ସୁଖ ଭୋଗ ଅଛି। ଗୃହ ପ୍ରବେଶ ଯୋଗ ଅଛି।

କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ଉପକାରୀ ବ୍ୟକ୍ତିବିଶେଷଙ୍କ ନିକଟରେ କୃତଜ୍ଞ ହେବେ। ସଦାସର୍ବଦା ତଥା ସକଳ କ୍ଷେତ୍ରରେ ସତ୍ୟଯୁକ୍ତ ହେବେ। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ।

ମୀନ: ବହୁ ଉପାୟରେ ଧନ ସଂଗ୍ରହ କରିପାରନ୍ତି। ଉପବାସାଦି କ୍ରିୟାରୁ ମଧ୍ୟ ଧନ ସଞ୍ଚୟ କରିବେ। ବିଦ୍ୟା ପ୍ରଭାବରେ ଧନ ଅର୍ଜନ କରିପାରନ୍ତି। ବ୍ୟବସାୟରୁ ଆଶାନୁରୂପ ଧନ ସଂଗ୍ରହ କରିବେ। ଧନ ମିଳିପାରେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories