www.samajalive.in
Saturday, December 6, 2025
26.1 C
Bhubaneswar

ପୁରୁଷ ଏସିଆ କପ୍‌ ହକି ସୁପର-୪ ପର୍ଯ୍ୟାୟ: ମାଲେସିଆକୁ ୪-୧ ଗୋଲ୍‌ରେ ହରାଇଲା ଭାରତ

ରାଜଗିର: ପୁରୁଷ ଏସିଆ କପ ହକିର ସୁପର-୪ ପର୍ଯ୍ୟାୟରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଗୁରୁବାର ୨ୟ ମ୍ୟାଚରେ ଭାରତ ୪-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥି ସହିତ ଭାରତ ଫାଇନାଲ ଖେଳିବା ଆଶା ବଜାୟ ରଖିଛି। ମାଲେସିଆ ଆରମ୍ଭରୁ ଗୋଲ ଦେଇ ଘରୋଇ ଭାରତକୁ ଚାପରେ ରଖିଥିଲା। ୨ ମିନିଟ୍‌ରେ ମାଲେସିଆ ପକ୍ଷରୁ ସାଫିକ ହାସନ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୨ୟ କ୍ବାର୍ଟରରେ ଭାରତ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରି ୩ଟି ଗୋଲ୍‌ ଦେଇଥିଲା। ଦ୍ବିତୀୟ କ୍ବାର୍ଟର ଆରମ୍ଭର ଦୁଇ ମିନିଟ୍‌ ମଧ୍ୟରେ ଭାରତ କ୍ରମାଗତ ୫ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ସେଥିମଧ୍ୟରୁ ଭାରତ ୪ଟି ପେନାଲ୍‌ଟି କର୍ଣ୍ଣରରୁ ଗୋଲ ଦେବା​‌େ​‌ର ବିଫଳ ହୋଇଥିବା ବେଳେ ୬ଷ୍ଠ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା। ୧୭ ମିନିଟ୍‌ରେ ମନପ୍ରୀତ ସିଂହ ଗୋଲ ଦେଇ ସ୍କୋର୍‌କୁ ୧-୧ କରିଥିଲେ।

୧୯ ମିନିଟ୍‌ରେ ଭାରତ ଦ୍ବିତୀୟ ଗୋଲ ଦେଇଥିଲା। ସୁଖଜିତ ସିଂହ ଏହି ଗୋଲ ଦେଇଥିଲେ। ୨୪ ମିନିଟ୍‌ରେ ଭାରତ ତୃତୀୟ ଗୋଲ ଦେଇଥିଲା। ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଫିଲ୍‌ଡ ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତ ବିପକ୍ଷ ମାଲେସିଆ ଉପରେ ପ୍ରଭାବ ବିସ୍ତାର କରିଥିଲା। ୩୮ ମିନି୍‌ଟ୍‌ରେ ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ ଗୋଲ ଦେଇ ଦଳକୁ ୪-୧ରେ ଆଗୁଆ କରିଥିଲେ। ମାଲେସିଆ ଗୋଲ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣ କରିଥିଲେ ମଧ୍ୟ ଆଉ ଗୋଲ୍‌ ହୋଇନଥିଲା। ଭାରତ ୨ଟି ମ୍ୟାଚରୁ ଗୋଟିଏ ଲେଖାଏଁ ବିଜୟ ଓ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦକ୍ଷିଣ କୋରିଆ ସହ ଭ​‌ାରତ ପ୍ରଥମ ମ୍ୟାଚ ୨-୨ ଗୋଲ୍‌ ଡ୍ର ରଖିଥିଲା। ଭାରତ ଶେଷ ଲିଗ୍‌ ମ୍ୟାଚ ୬ରେ ଚୀନ ସହ ଖେଳିବ। ଏହି ମ୍ୟାଚ୍‌ ଭାରତୀୟ ଅଧିନାୟକ ତଥ​‌ା ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂହଙ୍କ ୨୫୦ତମ ମ୍ୟାଚ ଥିଲା। ଏଥିପାଇଁ ହରମନପ୍ରୀତଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସମ୍ପାଦକ ଭୋଳାନାଥ ସିଂହ ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

କୋରିଆକୁ ହରାଇଲା ଚୀନ ପୁରୁଷ ଏସିଆ କପ ହକିର ସୁପର-୪ରେ ଚୀନ୍‌ ପ୍ରଥମ ବିଜୟ ହାସଲ କରିଛି। ଗୁରୁବାର ତୃତୀୟ ମ୍ୟାଚରେ ଚୀନ୍‌ ୩-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲ ଆଶା ବଜାୟ ରଖିଛି। ପ୍ରଥମ ମ୍ୟାଚରେ ମାଲେସିଆ ନିକଟରୁ ପରାସ୍ତ ହୋଇଥିବା ଚୀନ୍‌ ଦ୍ବିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା। ଚେନ୍‌ ବେନହାଇ ୧୩ ଓ ୪୩ ମିନିଟ୍‌ରେ ୨ଟି, ଗୋଏ ଜିସହାଙ୍ଗ ୪୩ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଚିନ୍‌ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇଛି। କୋରିଆ ୬ରେ ଶେଷ ଲିଗ୍‌ ମ୍ୟାଚ ଭାରତ ସହ ଖେଳିବ। ଦକ୍ଷିଣ କୋରିଅା ୨ଟି ମ୍ୟାଚରୁ ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ପାଇଥିବା ବେଳେ ଫାଇନାଲ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୬ରେ ଶେଷ ଲିଗ୍‌ ମ୍ୟାଚ ମାଲେସିଆ ସହ ଖେଳିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories