www.samajalive.in
Monday, December 8, 2025
24.1 C
Bhubaneswar

ପ୍ରବଳ ବର୍ଷାରେ ବୁଡ଼ିଲା ୪ ପୋଲ, ମାଲକାନଗିରିରୁ ମୋଟୁ ଓ ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛିା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୪ଟି ପୋଲ ଉପରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଓଡିଶା ସୀମାନ୍ତ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜର ଉଭୟ ପାର୍ଶ୍ଵରେ ଯାତ୍ରୀ ଏବଂ ଶହ ଶହ ଯାନବାହନ ଅଟକି ରହିଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ଅଭିଯୋଗ ଗତ ଏକ ମାସ ଭିତରେ ପାଞ୍ଚ ଥର ଉକ୍ତ ବ୍ରିଜ ଗୁଡିକ ବୁଡ଼ି ସାରିଛି। ତଳୁଆ ବ୍ରିଜ ହୋଇଥିବା କାରଣରୁ ବାରମ୍ବାର ବୁଡ଼ୁଛି। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୋଣ୍ଡା, ଏମଭି ୯୬, ଏମଭି ୯୦ ଓ ମହାରାଜପଲ୍ଲି ବ୍ରିଜ ବନ୍ୟା ପାଣିରେ ବୁଡି ରହିଛି। ଏହି ଅଂଚଳରେ ନୂତନ ବ୍ରିଜ ଗୁଡିକ ନିର୍ମାଣଧୀନ ହେଉଥିବା ବେଳେ ପୋଲ କାର୍ଯ୍ୟ ଅଧାରେ ଅଟକି ରହିଛି। କେବେ କାର୍ଯ୍ୟ ସମାପ୍ତ ହେବ ଏବଂ ଲୋକେ ସୁରଖୁରରେ ଗମନାଗମନ କରିପାରିବେ ବୋଲି ଅଭିଯୋଗ ହୋଇଛି।

୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories