www.samajalive.in
Friday, December 12, 2025
23.1 C
Bhubaneswar

ପାକ୍‌ ବାୟୁସେନା ଯୁଦ୍ଧ ବିମାନକୁ ଖସାଇଲା ଭାରତ

ଜାମ୍ମୁ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ପାକିସ୍ତାନର ନିଦ ହଜିଯାଇଛି। ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଦିନକ ପରେ ଅର୍ଥାତ ବୁଧବାର ପାକିସ୍ତାନ ବାୟୁସେନା ଆକାଶ ସୀମା ଉଲ୍ଲଂଘନ କରିଛି। ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ ଭାରତୀୟ ସୀମାରେ ପଇଁତରା ମାରିବା ସହ  ରକେଟ ମାଡ଼ କରିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେବା ସହିତ ଲାମ ଭ୍ୟାଲି ନିକଟରେ ଉକ୍ତ ଯୁଦ୍ଧ ବିମାନକୁ ଖସାଇ ଦେଇଛି।

ସୂଚନା ମୁତାବକ, ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ବୁଧବାର ପୂର୍ବାହ୍ନରେ ପାକ୍‌ ବାୟୁସେନାର ଏଫ-୧୬ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା। ପାକ ବିମାନଟି ନଦିୟା, ଲାମ, ଝାଙ୍ଗର ଓ ଖେରିରେ ରକେଟ ମାଡ଼ କରିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଫଳରେ ପାକ୍‌ ବାୟୁସେନା ବିମାନ ସମ୍ପୃକ୍ତ ଅଞ୍ଚଳରୁ ଫେରିଯିବାକୁ ଉଦ୍ୟମ କରିଥିଲା। ମାତ୍ର ଭାରତୀୟ ଯବାନମାନେ ଗୁଳି କରି ଭାରତୀୟ ସୀମାଠାରୁ ୩ କି.ମି. ଭିତରେ ଉକ୍ତ ବିମାନକୁ ଖସାଇବାରେ ସଫଳ ହୋଇଛନ୍ତି। ଉକ୍ତ ଯୁଦ୍ଧ ବିମାନର ପାଇଲଟଙ୍କ ଅବସ୍ଥା ସମ୍ପର୍କରେ ଜଣାପଡ଼ିନାହିଁ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories