www.samajalive.in
Monday, December 8, 2025
24.1 C
Bhubaneswar

ଭାରତର ଆକ୍ରମଣକୁ ଆମେରିକାର ସମର୍ଥନ; ପାକିସ୍ତାନକୁ ପୁଣି କଡ଼ା ଚେତାବନୀ

ୱାଶିଂଟନ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଫଳରେ ଭାରତ ପିଓକେରେ ଆଡ୍ଡା ଜମାଇଥିବା ଜୈଶ ସଂଗଠନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଭାରତୀୟ ବାୟୁସେନା ପିଓକେରେ ଆକ୍ରମଣ କରି ଜୈଶର ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ଵଂସ କଲା। ଏହି ଘଟଣାକୁ ସମର୍ଥନ ଜଣାଇଛି ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏଥିସହ ପୁଣି ପାକିସ୍ତାନକୁ ଆମେରିକା କଡ଼ା ଚେତାବନୀ ଦେଇ ତୁରନ୍ତ ଦେଶରୁ ଆତଙ୍କବାଦୀଙ୍କୁ ସଫା କରିବାକୁ କହିଛି।

ଭାରତ ପକ୍ଷରୁ ପିଓକେରେ ଆକ୍ରମଣ ପରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପପିୟୋ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଉଭୟ ଦେଶ ପରସ୍ପର ବିରୋଧରେ ସାମରିକ ଆକ୍ରମଣ ନ କରି ଶାନ୍ତି ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ମାଇକ ପାକିସ୍ତାନକୁ କହିଛନ୍ତି ଯେ, ନିଜ ଦେଶରେ ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ଶେଷ କରିବାକୁ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ବିଶ୍ଵବ୍ୟାପୀ ସମସ୍ତ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଆମେରିକା ଅନେକ ଥର ପାକିସ୍ତାନକୁ ଏଭଳି ଚେତାବନୀ ଦେଇ ଆସିଛି। ଏପରି କି ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଆର୍ଥିକ ସହାୟତା ​‌ଦେବା ବନ୍ଦ କରିବାକୁ ଘୋଷଣା କରିଛି। ଏହାସତ୍ବେ ପାକିସ୍ତାନ ସୁଧୁରୁନାହିଁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories