www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀମନ୍ଦିରରେ ଅନ୍‌ଲାଇନ ପୂଜା ନାମରେ ଠକେଇ

ପୁରୀ(କାର୍ଯ୍ୟାଳୟ): ଅନ୍‌ଲାଇନରେ ଶ୍ରୀମନ୍ଦିରରେ ପୂଜା କରିବା ଆଳରେ ଜଗନ୍ନାଥପ୍ରେମୀଙ୍କୁ ଠକେଇ କରାଯାଉଛି। ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦, ତୁଳସୀ ଦାନ ପୂଜା ପାଇଁ ୫୫୦୧, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ଟଙ୍କା ଦେବାକୁ ପଡ଼ିବ ବୋଲି ୱେବସାଇଟରେ ଉଲ୍ଲେଖ ରହିଛି। ଦେଶ ବାହାର ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ଦର ତାଲିକା ପ୍ରକାଶ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ସଞ୍ଚାର ମାଧ୍ୟମରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ଭକ୍ତମାନେ ବାରମ୍ବାର ସଞ୍ଚାର ମାଧ୍ୟମରେ ଠକେଇର ଶିକାର ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୁଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ ଦାବି କରିଛନ୍ତି।
ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଅନ୍‌ଲାଇନ ନାମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇଛି। ସାଇବର ବିଶେଷଜ୍ଞଙ୍କ ଦ୍ବାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଭବିଷ୍ୟତରେ ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀ ଅନ୍ୟ କେହି ବ୍ୟବହାର ନକରିବା ପାଇଁ ଖୁବ୍‍ଶୀଘ୍ର ଏହାର ପ୍ୟାଟେଣ୍ଟ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories