www.samajalive.in
Sunday, December 14, 2025
14.1 C
Bhubaneswar

‘ସୁଧୁରି ଯାଅ; ନହେଲେ ସୁଧାରି ଦେବୁ ’

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦଶ ଦିନ ପରେ ଭାରତ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଛି। ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁସେନାର ୧୨ଟି ଲଢୁଆ ମିରାଜ-୨୦୦୦ ବିମାନ ପିଓକେ (ପାକ୍‌ ଅଧିକୃତ କାଶ୍କୀର) ସୀମା ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍‌ଠାରେ ସକ୍ରିୟ ଥିବା ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉପରେ ପ୍ରବଳ ବୋମାମାଡ କରି ଏହାକୁ ଧ୍ବସ୍ତିବିଧ୍ବସ୍ତ କରିଦେଇଛି। ଏହି ପାଲଟା ଆକ୍ରମଣକୁ ଦେଶର ପ୍ରତି କୋଣ ଅନୁକୋଣରେ ସ୍ବାଗତ କରାଯାଇଥିବାବେଳେ ଭାରତୀୟ କ୍ରୀଡା ଜଗତ ମଧ୍ୟ ଏହି ସ୍ରୋତରେ ନିଜକୁ ସାମିଲ କରିଛି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀରଙ୍କଠାରୁ ଆରମ୍ଭ କରି ସାଇନା ନେହୱାଲ, ସାକ୍ଷୀ ମାଲିକ ପ୍ରମୁଖ ଏହି ପଦକ୍ଷେପକୁ ଉଚ୍ଚପ୍ରଶଂସା କରିଛନ୍ତି। ସଚିନ ତାଙ୍କ ଟ୍ବିଟର ବାର୍ତ୍ତାରେ କହିଛନ୍ତି ଯେ ‘ଆମର ଭଦ୍ରାମିକୁ ଆମର ଦୁର୍ବଳତା ବୋଲି ଭାବିବା ଅନୁଚିତ’। ଭାରତୀୟ ବାୟୁସେନା ପକ୍ଷରୁ ଅତୀତରେ ସମ୍ମାନଜନକ ୱିଙ୍ଗ୍‌ କମାଣ୍ଡର ପାହ୍ୟା ପାଇଥିବା ସଚିନ ଏହି କାର୍ଯ୍ୟକୁ ନେଇ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ସେହ୍ବାଗ ତାଙ୍କର ବାର୍ତ୍ତାରେ କହିଛନ୍ତି ଯେ ‘ଆମର ପାଇଲଟମାନେ ଭଲ ଖେଳିଛନ୍ତି’। ପାକିସ୍ତାନକୁ ଚେତାବନୀ ଦେଇ ସେ ଆହୁରି କହିଛନ୍ତି ‘ସୁଧୁରି ଯାଅ, ନହେଲେ ଆମେ ସୁଧାରି ଦେବୁ’। ଭାରତୀୟ ସ୍ପିନର ୟୁଜ୍‌ବେନ୍ଦ୍ର ଚହଲ ତାଙ୍କ ବାର୍ତ୍ତାରେ କହିଛନ୍ତି ‘ଭାରତୀୟ ବାୟୁସେନା ଠିକଣା ସମୟରେ ତାହାର ପରାକ୍ରମ ଦେଖାଇଛି, ଜୟ ହିନ୍ଦ୍‌’। ଗମ୍ଭୀର ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ ‘ଭାରତ ପକ୍ଷରୁ ମଧୁର ପ୍ରତିଶୋଧ’। ବ୍ୟାଡମିଣ୍ଟନ ତାରକା ସାଇନ ନେହୱାଲ ଏହି ମର୍ମରେ ଭାରତୀୟ ବାୟୁସେନାକୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଦେଶବାସୀଙ୍କ ମନସ୍କାମନା ପୂରଣ କରାଯାଇଛି ବୋଲି କହିଛନ୍ତି। ଅଲିମ୍ପିକ ପଦକ ବିଜୟିନୀ ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମାଲିକ ଏଭଳି ଏକ ସାହସିକ ପଦପେକ୍ଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ବାୟୁସେନାକୁ ମଧ୍ୟ ପ୍ରଶଂସା କରିଛନ୍ତି। ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ କହିଛନ୍ତି ଯେ ବାୟୁସେନାର ଏତାଦୃଶ କାର୍ଯ୍ୟ ପାଇଁ ଦେଶବାସୀ ଆଜି ଗର୍ବିତ। କ୍ରିକେଟର ସୁରେଶ ରୈନାଙ୍କ ସମେତ ପୂର୍ବତନ ଟେନିସ ତାରକା ମହେଶ ଭୂପତି, ଅଲିମ୍ପିକ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌, ରୁଦ୍ରପ୍ରତାପ ସିଂହ, ଆକାଶ ଚୋପ୍ରା ପ୍ରମୁଖ ଏହି ଧାରାରେ ନିଜକୁ ସାମିଲ କରି ଭାରତୀୟ ବାୟୁସେନାକୁ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories