www.samajalive.in
Saturday, December 13, 2025
26.1 C
Bhubaneswar

ପଞ୍ଚାୟତ ଫାଟକରେ ତାଲା ପକାଇଲେ ଅସନ୍ତୁଷ୍ଟ ଗ୍ରାମବାସୀ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଦୋରଡ ପଞ୍ଚାୟତ ଅଧିନ ଗୋପୀନାଥପୁର ଗ୍ରାମରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଓ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି । ଏହାକୁ ନେଇ ଗୋପୀନାଥପୁର ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେ ମଧ୍ଯ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ଏହାର ପ୍ରତିବାଦରେ ଶୁକ୍ରବାର ଅସନ୍ତୁଷ୍ଟ ଗ୍ରାମବାସୀ ଦୋରଡ ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ଯ ଫାଟକରେ ତାଲା ପକାଇ ଦେଇଛନ୍ତି। ଦୋରଡ ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ପାନୀୟ ଜଳ ସମସ୍ୟା , ଦୋରଡ ଓ ଇଶ୍ବରା ଠାରେ ରାସ୍ତାର ଦୁରାବସ୍ଥା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲା। ହେଲେ ପଞ୍ଚାୟତ କିମ୍ବା ବ୍ଲକ କର୍ତ୍ତୃପକ୍ଷ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଲେନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ଲାଗିରହିଥିଲା । ଏହାକୁ ନେଇ ବିଜେପିର ସମସରପୁର ମଣ୍ତଳ ସଭାପତି ତପନ କୁମାର ଲେଙ୍କାଙ୍କ ନେତୃତ୍ୱରେ ରାଜୀବ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସେଠୀ, ତରୁଣ ପ୍ରଧାନ, ଦିଲୁ ପ୍ରଧାନ, ନରେନ୍ଦ୍ର ସେଠୀ, ରାକେଶ ମହାନ୍ତି, ଦୁର୍ଗେଶ ଭୋଇ ପ୍ରମୁଖଙ୍କ ସମେତ ଅନ୍ଯ ବହୁ ଅସନ୍ତୁଷ୍ଟ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ଯଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ତାଲା ପଡି ରହିବ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚ କିମ୍ବା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories