www.samajalive.in
Saturday, December 13, 2025
26.1 C
Bhubaneswar

ସେପ୍ଟେମ୍ବର ୧୨ରେ ‘ଲହରୀ’

ଭୁବନେଶ୍ବର : କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଚଳଚ୍ଚିତ୍ର ‘ଲହରୀ’ ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ହୋଟେଲ ବରେଣ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଗୋଟିଏ ଗୀତ ଓ ଟିଜର ଉନ୍ମୋଚିତ ହେବା ସହ ମୁକ୍ତିଲାଭ ତାରିଖ ଘୋଷଣା ହୋଇଯାଇଛି। ଏହି ଅବସରରେ ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ, ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଦୀପାନ୍ୱିତ ଦାସ ମହାପାତ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ସନ୍ଦୀପ ବଳ, ସ୍ମୃତି, ଅଭିନେତ୍ରୀ ଅଙ୍କିତା, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ନବ୍ୟା ଜାୟତି ପ୍ରମୁଖ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଅନୁପସ୍ଥିତ ଥିବାରୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଆମେରିକାରୁ ଏକ ଭିଡିଓ ବାର୍ତ୍ତା ପଠାଇଥିଲେ।

- Advertisement -

ସାମାଜିକ ଜୀବନରେ ମୂଳ ତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ ଏହାର କାହାଣୀ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ  ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ  ଏହାର  ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ତଥା ସ୍ୱନାମଧନ୍ୟ ଯୁବ ନିର୍ମାତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ଶବ୍ଦ ସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ। ଝିଲିକ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହିତ କାହାଣୀ, ଗୀତ ରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସମ୍ପାଦନାର ଗୁରୁ ଦାୟିତ୍ୱ ମଧ୍ୟ ଆମର୍ତ୍ତ୍ୟ ନିର୍ବାହ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories