www.samajalive.in
Sunday, December 14, 2025
15.1 C
Bhubaneswar

ନିଜେ ଚୋରି କରୁଥିଲେ, ୟୁଟ୍ୟୁବରେ ପ୍ରବଚନ ଦେଉଥିଲେ ଚୋରି କର ନାହିଁ..ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନିଜେ ଚୋରି କରୁଥିଲେ, ପୁଣି ଚୋରି କର ନାହିଁ ବୋଲି ୟୁଟ୍ୟୁବ ଖୋଲି ସେଥିରେ ପ୍ରବଚନ ଦେଉଥିଲେ ।ଏଭଳି ଜଣେ ୟୁଟ୍ୟୁବରଙ୍କୁ ବାନ୍ଧିଛି ପୋଲିସ । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି । ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି । ତାଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍‌, ଲୁହା ରଡ୍‌ ଆଦି ଜବତ ହୋଇଛି ।

ସେ ‘ଚେଞ୍ଜ ୟୋର ଲାଇଫ’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରବଚନ ଦେଉଥିଲେ । ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ । ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

- Advertisement -

ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି । ରାଜଧାନୀର ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲା ତାଙ୍କ ନାଁ ରେ ରହିଛି । ପୋଲିସ ଅଭିଯୁକ୍ତ ମନୋଜ ସିଂହଙ୍କୁ ଗିରଫ କରି ଆହୁରି ପଚରାଉଚରା କରୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories