www.samajalive.in
Saturday, December 13, 2025
21.1 C
Bhubaneswar

ଅଗ୍ରପୂଜ୍ୟ ଗଜାନନଙ୍କ ଆବହନ ପାଇଁ ସବୁଠି ଚଳଚଞ୍ଚଳ

ସମାଜ ଡିଜିଟାଲ ଡେସ୍କ: ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗଜାନନଙ୍କ ଆବହନ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ । ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡେ ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ ଓ ଦୋକାନ ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଣେଶ ଚତୁର୍ଥ ଅବସରରେ ସ୍କୁଲରେ ଛାତ୍ରଛାତ୍ରୀମାନେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରୁଛନ୍ତି । ବିଦ୍ୟାଦାତା ଗଣେଶଙ୍କୁ ପୂଜା କରି ଆଶିଷ ଲାଭ କରିଛନ୍ତି ।

ଲମ୍ବୋଦରଙ୍କ ସ୍ୱାଗତ ପାଇଁ ରାଜଧାନୀ ଭୁବନେଶ୍ୱରରେ ଆଲୋକସଜ୍ଜା ସହ ସୁନ୍ଦର ତୋରଣ ଶୋଭାପାଉଛି । ସକାଳୁ ସବୁ ପୂଜା ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପୂଜା ପାଇଁ ବିଭିନ୍ନ ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories