www.samajalive.in
Saturday, December 13, 2025
26.1 C
Bhubaneswar

ଯୁଦ୍ଧ ପରିସ୍ଥିତି ଯୋଗୁଁ ଧାରଣା ସ୍ଥଗିତ ରଖିଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ପ୍ରସ୍ତାବିତ ଧାରଣାକୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। କେଜରିୱାଲ କହିଛନ୍ତି ଯେ ଭାରତ- ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆମେ ଦେଶ ପାଇଁ ଏକାଠି ହୋଇ ଠିଆ ହୋଇଛୁ। ତେବେ ଆପର ବିଦ୍ରୋହୀ ନେତା କୁମାର ବିଶ୍ୱାସ ବାୟୁ ସେନାର ପ୍ରଶଂସା କରିବା ସହ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି। କୁମାର ବିଶ୍ୱାସ ଟ୍ୱିଟ୍‍ କରିଛନ୍ତି ଯେ ସାରା ଦେଶ ସହିଦଙ୍କ ଶୋକରେ ବୁଡ଼ିଥିବାବେଳେ ଆତ୍ମମୁଗ୍ଧ ବାମନ କହିଲା ମୁଁ ନାଟକ କରିବି। ଏବେ ସାରା ଦେଶ ନିଜ ସୈନିକଙ୍କ ଶୌର୍ଯ୍ୟ ଉପରେ ଜୋଶରେ ଥିବାବେଳେ ଆତ୍ମମୁଗ୍ଧ ବାମନ କହୁଛି ମୁଁ ନାଟକ କରିବିନି।
ପ୍ରକାଶଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ)ରେ ପଶି ବାଲାକୋଟଠାରେ ଥିବା ଜୈଶ-ଏ-ମହମ୍ମଦ ପ୍ରଶିକ୍ଷଣ କେନ୍ଦ୍ର ଉପରେ ବୋମା ବର୍ଷା କରିଛି। ଏଥିରେ ପାଖାପାଖି ୩୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories