www.samajalive.in
Sunday, December 14, 2025
26.1 C
Bhubaneswar

ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ

ଭୁବନେଶ୍ୱର : ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ବୈଠକରେ ଦାଦନ ପାଇଁ ପ୍ରବାସ ଯାଉଥିବା ପଛର କାରଣ ଏବଂ ସମାଧାନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଏହି ସର୍ଭେ କରିବା ପାଇଁ ଦି ନଜ୍ ଫାଉଣ୍ଡେସନକୁ ଦାୟିତ୍ୱ ଦିଆଯାଇଥିଲା। ସର୍ଭେ ଏବଂ ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଆଧାରରେ ଦାଦନ ଶ୍ରମିକ ପ୍ରବାସକୁ ରୋକିବା ପାଇଁ ଓଡ଼ିଶା ପିଭିଟିଜି ଜୀବିକା ମଡେଲ ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ପ୍ରଭାବଶାଳୀ ଜୀବିକା ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ। ବର୍ତ୍ତମାନ ସମୟରେ ଚାଲୁଥିବା ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଯଥା ଏମଜିନରେଗା, ସୁଭଦ୍ରା, କୃଷକମାନଙ୍କୁ ଇନପୁଟ୍ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାମଧେନୁ ଯୋଜନା, ଛେଳି ପାଳନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଇତ୍ୟାଦି ଚାଲୁ ରହିଛି। ସରକାର ପ୍ରବାସ ପ୍ରବଣ ଜିଲ୍ଲା ଏବଂ ବ୍ଲକର ପ୍ରତ୍ୟେକ ପରିବାରକୁ ଏହି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ୧୦୦ ପ୍ରତିଶତ କଭରେଜ୍ ସୁନିଶ୍ଚିତ କରିବେ। ଏହି ଉଦ୍ଦେଶ୍ୟରେ ସାଚୁରେସନ୍ ଡ୍ରାଇଭ୍ କରାଯିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ, ସଚିବ ଉପରୋକ୍ତ ଯୋଜନା ଗୁଡିକର ୧୦୦ ପ୍ରତିଶତ କଭରେଜ୍ ପ୍ରମାଣିତ କରିବେ।

ଉପଲବ୍ଧ ତଥ୍ୟ ଅନୁଯାୟୀ, ଖରିଫ୍ ଏବଂ ରବି ଋତୁରେ ଚାଷୀମାନଙ୍କୁ ଇନପୁଟ୍ ସହାୟତା କାର୍ଯ୍ୟକାରୀ ହେବା ଯୋଗୁଁ ପ୍ରବାସ ହାର କିଛିମାତ୍ରାରେ ହ୍ରାସ ପାଇଛି। ଏହା ସହିତ, ଶ୍ରମ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, କୃଷି ବିଭାଗ ଦ୍ୱାରା ଅଧିକ ଜଳସେଚନ ସହାୟତା/ଚାନେଲ୍, କେନାଲ ଯୋଜନାରେ ରାଜ୍ୟ ସମର୍ଥନ ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଅତିରିକ୍ତ ୨୦୦ ମଜୁରୀ ଦିନ, ଗ୍ରାମୋଦୟ, ମଡେଲ ଗ୍ରାମ ପଞ୍ଚାୟତ ଆରମ୍ଭ, କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଭଳି ଯୋଜନା ଆରମ୍ଭ କରାଯାଇ ପ୍ରବାସ ସମୟର ଆୟ ସହିତ ସମାନ ଆୟ ପ୍ରଦାନ କରାଯିବ ପାଇଁ ଆଲୋଚନା କରାଯାଇଛି । ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ସହିତ ଦାଦନ ଶ୍ରମିକ ହାର ହ୍ରାସ, ଶ୍ରମିକ ସର୍ଦ୍ଦାରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ କମିଟି ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କମିଟି ପ୍ରବର୍ତ୍ତନ ଅଧିକାରୀ, ପୋଲିସ ଅଧିକାରୀ, ରେଳ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ମିଶନ ମୋଡ଼ରେ କାର୍ଯ୍ୟ କରିବ ।

- Advertisement -

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଗଣଶିକ୍ଷା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ, ଶ୍ରମ ଏବଂ ରାଜ୍ୟବୀମା କର୍ମଚାରୀ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଏମ୍ଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରମୁଖ ସଚିବ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଡିଜି, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ରେଳ, ନଜ୍ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories