www.samajalive.in
Monday, December 8, 2025
24.1 C
Bhubaneswar

ଇଡ଼ିକୁ ଦେଖି ନାଳକୁ ଡେଇଁଲେ ଟିଏମସି ବିଧାୟକ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଟିଏମସି ବିଧାୟକଙ୍କୁ ଇଡି ଗିରଫ କରିଛି । ଏହି ଦୁର୍ନୀତିରେ ଟିଏମସି ବିଧାୟକ ଜୀବନ କୃଷ୍ଣଙ୍କୁ ଗିରଫ କରାଯାଇଛି ।  ସେ ତଦନ୍ତରେ ସହଯୋଗ କରୁନଥିବାରୁ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନା ମୁତାବକ ଶିକ୍ଷକ ନିଯୁକ୍ତିରେ ଅନିୟମିତତାର ତଦନ୍ତ ସମ୍ପର୍କରେ ଚଢାଉ କରିବା ପାଇଁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁର୍ଶିଦାବାଦ ଜିଲାରେ ଥିବା ଟିଏମସି ବିଧାୟକ ଜୀବନ କୃଷ୍ଣ ସାହାଙ୍କ ଘରେ ପହଞ୍ଚିଥିଲା । ଏହାର ସୂଚନା ପାଇବା ମାତ୍ରେ ବିଧାୟକ ଜଣଙ୍କ ନିଜର ଘରର ପ୍ରାଚେରୀ ଡେଇଁ ଘରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଇଡି ଅଧିକାରୀମାନେ ବିଧାୟକଙ୍କ ପଛେ ପଛେ ଯାଇ ତାଙ୍କୁ ନିକଟସ୍ଥ ଏକ ଅଞ୍ଚଳରେ ଧରିଥିଲେ । ଏହାପରେ ତାଙ୍କୁ ପଚରାଉଚରା ଆରମ୍ଭ ହୋଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories