www.samajalive.in
Monday, December 8, 2025
13.1 C
Bhubaneswar

୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବ ଖୁବ୍‌ ଖାସ୍‌ ବୋଲି ମାନ୍ୟତା ରହିଛି । ଚଳିତ ବର୍ଷ ୨୭ ଅଗଷ୍ଟରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯିବ । ଏହି ଦିନ ପ୍ରଥମପୂଜ୍ୟ, ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହାଦ୍ୱାରା ପ୍ରଭୁଙ୍କର ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଗଣେଶ ପୂଜାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ପ୍ରାୟ ୫୦୦ ବର୍ଷ ପରେ ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଦୁର୍ଲ୍ଲଭ ଯୋଗ ହେବ । ଗଣେଶ ଚତୁର୍ଥୀରେ ଏଥର ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ପ୍ରିତି ଯୋଗ, ଇନ୍ଦ୍ର ଯୋଗ, ବ୍ରହ୍ମା ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ..

- Advertisement -

ମେଷ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଜୀବନରେ ଥିବା ସମସ୍ୟା ଦୂର ହେବ ।

କର୍କଟ- କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହେବ ।

ତୁଳା- ଆର୍ଥିକ ସ୍ଥିତି ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଅନେକ ଦିନର ଇଚ୍ଛା ପୂରଣ ହେବ ।

ମକର- ଚାକିରିରେ ପଦନ୍ନୋତି ସହ କର୍ମକ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ଧନ ସହ ଜଡିତ ଥିବା ସମସ୍ୟା ଦୂର ହେବ । ଟଙ୍କା ସଞ୍ଚୟ ମଧ୍ୟ କରିବେ ।

କୁମ୍ଭ- ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ । ଆୟରେ ବୃଦ୍ଧି ହେବ । ଧନ ଜନିତ ମାମଲାରେ ଅତ୍ୟନ୍ତ ଶୁଭଫଳ ମିଳିବ ।

ବଢିବ ଓଲା-ଚେତକ୍‌ର ଚିନ୍ତା! ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଟିଭିଏସ୍‌ ଅରବିଟର୍‌ର ଇଲେକ୍ଟ୍ରିକ୍‌ ସ୍କୁଟର,ଦାମ୍‌ ବି କମ୍‌..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories