www.samajalive.in
Sunday, December 14, 2025
26.1 C
Bhubaneswar

ଓଭରବ୍ରିଜ ତଳେ କୃତ୍ରିମ ପୋଖରୀ, ଯାତାୟତରେ ଅସୁବିଧା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲଷ୍ମୀପୁର ନିକଟରେ ଓଭର ବ୍ରିଜ ତଳେ ଟିକିଏ ବର୍ଷାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ଜମି ରହୁଛି । ଏପରି କି ସେଠାରେ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ସେହି ରାସ୍ତାରେ ଲୋକଙ୍କୁ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଛି। ସ୍କୁଲ ଓ ଟ୍ୟୁସନ ଯିବାବେଳେ ପିଲାମାନେ ପାଣି ଭିତରେ ଯିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ସୂଚନା ଯୋଗ୍ୟ ଯେ ଲଷ୍ମୀପୁର ନିକଟରେ ହୋଇଥିବା ଓଭର ବ୍ରିଜ ତଳେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ଠିକ ନଥିବା ଯୋଗୁଁ ଟିକେ ବର୍ଷା ହେଲେ ସେଠାରେ ପାଣି ଜମି ରହୁଛି । ଫଳରେ ସେହି ରାସ୍ତା ଦେଇ ଲଷ୍ମୀ ପୁର,ଝାଡକୁଦା, ଓ ସୁଯ୍ୟ ନାରାୟଣପୁର ଅନ୍ୟାନ୍ୟ ଗ୍ରାମର ଲୋକଙ୍କୁ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଛି । ଏପରିକି ବ୍ରିଜ ଉପରେ ମଧ୍ୟ ବର୍ଷାରେ ପାଣି ଜମି ରହୁଛି । ଏଥିପ୍ରତି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories