www.samajalive.in
Saturday, December 13, 2025
14.1 C
Bhubaneswar

ଏନଏସି ଘୋଷଣା ଦାବିରେ ବିଜୁ ଜନତା ଦଳର ଜୟପାଟଣା ବନ୍ଦ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାକୁ ପୂର୍ବ ସରକାର ଏନଏସି ଘୋଷଣା କରିଥିବା ବେଳେ ନୂତନ ସରକାର ଏନଏସି ତାଲିକାରୁ ବାଦ୍ ଦେଇଛନ୍ତି। ଏହାର ପ୍ରତିବାଦରେ ଆଜି ଜୟପାଟଣା ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବିଜୁ ଜନତା ଦଳ ତରଫରୁ ବନ୍ଦ ପାଳନ କରାଯାଉଛି। ଜୟପାଟଣା ରାଜବାଟି ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିବାରୁ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଏହାକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଛନ୍ତି। ସମସ୍ତ ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ ରହିଛି। ବସ ଚଳାଚଳ ବନ୍ଦ ରହି ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଜୁ ଜନତା ଦଳର ଶୈଳେନ୍ଦ୍ର ରାଜ,ସତ୍ୟ ନାରାୟଣ ଅଗ୍ରୱାଲ, ଦିଲ୍ଲୀପ ରାଉତ, ପ୍ରଶାନ୍ତ ମୁଣ୍ଡ, ମୀନକେତନ ପୁଝାରି, ମହସିନ ଖାଁ, ଅମ୍ବେକ୍ଷଜ ଧଙ୍ଗଡାମାଝୀ, ନିବାସ ଅଲ୍ଲୀ, ୟୁସୁପ ଖାଁ, ଶତ୍ରୁଘନ ରାଉତ ପ୍ରମୁଖ ଜୟପାଟଣା ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୨୫ରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

- Advertisement -

 

Hot this week

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

Related Articles

Popular Categories