www.samajalive.in
Thursday, December 11, 2025
16.1 C
Bhubaneswar

୧୬୧ ପ୍ରାକୃତିକ ଜଳଉତ୍ସ ଉପରେ ଆନ୍ଧ୍ରର ଏକଚାଟିଆ ଅଧିକାର

ରାୟଗଡ଼ା : ରାୟଗଡ଼ା ଜିଲା ଦେଇ ପ୍ରବାହିତ ପ୍ରମୁଖ ନଦୀ ଜଳକୁ ବ୍ୟବହାର କରି ଆନ୍ଧ୍ର ସରକାର ନିଜ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକଳ୍ପ ନିର୍ମାଣ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିଛି। ସେହି ତୁଳନାରେ ରାୟଗଡ଼ା ଜିଲା ପ୍ରଶାସନ ନଦୀ ଜଳ ପରିଚାଳନା କରିବାରେ ଅସମର୍ଥ ହୋଇଛି। ଏହାସହ ସୀମାନ୍ତରେ ଥିବା ଅନେକ ପ୍ରାକୃତିକ ଜଳ ଉତ୍ସକୁ ନିଜ ଅକ୍ତିଆରକୁ ନେଇ ଆନ୍ଧ୍ରର ପାର୍ବତୀପୁରମ ତଥା ମାନ୍ୟମ ଜିଲା ଜଳ ସଂରକ୍ଷଣରେ ନିଜ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ପ୍ରାକୃତିକ ଜଳ ଉତ୍ସ ଉପରେ ରାୟଗଡ଼ା ତଥା ଅନ୍ୟାନ୍ୟ ପଡୋଶୀ ଜିଲାଗୁଡ଼ିକର ନିୟନ୍ତ୍ରଣ ନାହିଁ।
ରାୟଗଡ଼ ସଦରମହକୁମାର ଦୁର୍ଗପାଢ଼ୁ ପଞ୍ଚାୟତର ୫ଟି ପ୍ରାକୃତିକ ଜଳ ଉତ୍ସ, ମିରବାଲି ପଞ୍ଚାୟତର ୧୨ରୁ ଅଧିକ ଜଳଉତ୍ସର ସୁବିନିଯୋଗ କରିଛି ଆନ୍ଧ୍ର। ସେସବୁ ସ୍ଥାନରେ ଆନ୍ଧ୍ର ଜଳସମ୍ପଦ ବିଭାଗ ଛୋଟ ଛୋଟ ଆଡ଼ିବନ୍ଧ ନିର୍ମାଣ ସହ ଜଳ ସଂରକ୍ଷଣ କରିଛି। ଗଜି ଗାଁ ପଞ୍ଚାୟତରେ ଦୁଇଟି ଜଳ ଉତ୍ସରେ ଆନ୍ଧ୍ର ଜଳ ସମ୍ପଦ ବିଭାଗ କୋନା ଓ ଲାଞ୍ଜି ଗ୍ରାମଠାରେ ଦୁଇଟି ଆଡ଼ିବନ୍ଧ ନିର୍ମାଣ କରିଛି। ଏହାଦ୍ବାରା ଏକର ଏକର ଜମି ଜଳସେଚିତ ହୋଇପାରୁଛି। ଦୁର୍ଗାପାଢ଼ୁ ଜଳପ୍ରପାତ ଜଳରେ ଆନ୍ଧ୍ର ନିଜର ୬ଟି ଗ୍ରାମରେ ଜଳ ପ୍ରକଳ୍ପ ନିର୍ମାଣ କରିଛି। ମନ୍ତ୍ରଝୋଲା, ଭିନିଡି, ବବଡି, ରେଗିଡୀ, ଡୁଡ଼ଖାଲ, ବାଲେସୁ ଅଞ୍ଚଳରେ ହଜାର ଏକରରୁ ଅଧିକ ଚାଷ ଜମି ଜଳସେଚିତ କରିବା ସହିତ ଗ୍ରୀଷ୍ମ ଋତୁରେ ଜଳ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରିଛି।
ସେହିପରି ପିପିଲିଗୁଡ଼ା ପଞ୍ଚାୟତରେ ଥିବା ଦୁଇଟି ପ୍ରାକୃତିକ ଜଳ ଉତ୍ସକୁ ଆନ୍ଧ୍ର ବ୍ୟବହାର କରି ଗଉପକା ଓ କୁଣ୍ଟେସୁ ନିକଟରେ ଆଡ଼ିବନ୍ଧ ନିର୍ମାଣ କରିଛି। ଚଳିତ ବର୍ଷ ୮୨.୪ ପ୍ରତିଶତ ଜଳ ସଂରକ୍ଷଣ କରି ମାନ୍ୟମ ଜିଲା ଦ୍ୱିତୀୟ ସ୍ଥାନରେ ରହିଛି। ସୀମାରେ ନଦୀ ଓ ଝରଣା ଜଳ ପରିଚାଳନା ତ୍ରୁଟି ଯୋଗୁଁ ରାୟଗଡ଼ା ଜଳ ସମ୍ପଦ ବିଭାଗ ଜଳ ସଂରକ୍ଷଣ କ୍ଷେତ୍ରରେ ପଛୁଆ ରହିଛି। ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲାର ପ୍ରାୟ ୧୬୧ ପ୍ରାକୃତିକ ଜଳ ଉତ୍ସକୁ ଉପଯୁକ୍ତ ମାର୍ଗରେ ବ୍ୟବହାର କରି ଆନ୍ଧ୍ର ତାର ୯୧ଟି ଗ୍ରାମରେ ନିମ୍ନଜଳ ପ୍ରବାହ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କରିବା ସହିତ ଖରାଦିନରେ ଏକର ଏକର ଜମିକୁ ଜଳସେଚନ କରିପାରୁଛି। ଜଳ ଉତ୍ସଗୁଡିକର ସୁବିନିଯୋଗ କରି ଆମେ ତିନୋଟି ଚାଷ କରିବା ପାଇଁ ପ୍ରୟାସ କରିଛୁ ବୋଲି ଆନ୍ଧ୍ରର ଜଳ ସଂପଦ ବିଭାଗ ଅଧିକାରୀ ଏସ. ରାଓ କହିଛନ୍ତି। ନାଗାବଳୀ ଓ ଏହାର ଶାଖା ନଦୀ ଉପରେ ଛୋଟବଡ଼ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ କରାଯାଇଛି ବୋଲି ନାଗାବଳୀ ଜଳ ପ୍ରକଳ୍ପ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜାନି ପ୍ରକାଶ କରିଛନ୍ତି।

୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ, କେତୁ, ଏହି ୩ ରାଶିଙ୍କ ଭାଗ୍ୟରେ କ’ଣ ଘଟିବ ଜାଣନ୍ତୁ..

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories