www.samajalive.in
Friday, December 5, 2025
26.1 C
Bhubaneswar

୩୧ରେ ହେବନି ସ୍ବତନ୍ତ୍ର ଓଟିଇଟି: ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ସ୍ଥଗିତ କଲା ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ସ୍ବତନ୍ତ୍ର ଓଟିଇଟି ହେବନାହିଁ। ଅନିବାର୍ଯ୍ୟ କାରଣ ଦର୍ଶାଇ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବାରମ୍ବାର ପରୀକ୍ଷା ଘୁଞ୍ଚିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରବର୍ତ୍ତୀ ସମୟରେ କେବେ ପରୀକ୍ଷା କରାଯିବ ଏବଂ କେଉଁ କାରଣରୁ ପରୀକ୍ଷା ସ୍ଥଗିତ ରଖାଗଲା ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରୁନାହାନ୍ତି। ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀରେ ସବୁ ସେଟ୍‌ର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ୭୫ ହଜାର ଶିକ୍ଷକଙ୍କ ପଦୋନ୍ନତି ଝୁଲି ରହିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ବୋର୍ଡ ଗୁରୁତ୍ବ ଦେଇଛି। ନୂଆ ଫାର୍ମକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯିବ ବୋଲି ଜଣାପଡ଼ିଛି। ସମୟ ଗଡ଼ୁଥିବାବେଳେ ସ୍ବତନ୍ତ୍ର ଓଟିଇଟିକୁ ନେଇ ତାରିଖ ପରେ ତାରିଖ ବଦଳୁଛି। କେତେବେଳେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି ତ ପୁଣି ତାରିଖ ଘୋଷଣା ପରେ ପୁଣି ସ୍ଥଗିତ ରଖାଯାଉଛି।

ଗତ ଜୁଲାଇ ୨୦ରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା; କିନ୍ତୁ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଗଲା। ବୋର୍ଡର ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ଜଣ ଏହି ପ୍ରଘଟ ପଛରେ ରହିଥିବାବେଳେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲା। ଏହାପରେ ନୂତନ ଭାବେ ଅଗଷ୍ଟ ୩୧ରେ ସାନି ପରୀକ୍ଷା ହେବ ବୋଲି ଅଗଷ୍ଟ ୧ରେ ବୋର୍ଡ କର୍ତ୍ତୃପକ୍ଷ ବିଜ୍ଞପ୍ତି ବାହାର କଲେ। ଆରମ୍ଭରୁ ଏଥିରେ ସ୍ବଚ୍ଛତା ରହିବ କି ନାହିଁ ଏବଂ ପରୀକ୍ଷା ଏକ ମାସ ମଧ୍ୟରେ ହୋଇପାରିବ କି ନାହିଁ ସନ୍ଦେହ ଉପୁଜିଥିଲା। ଏପରିକି ଏହି ସମୟ ମଧ୍ୟରେ ବୋର୍ଡ ପରୀକ୍ଷା କରିବାରେ ଅକ୍ଷମ ଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲେ; ହେଲେ ଶ୍ରୀ ତରାଇଙ୍କୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ନ ରଖି ପରୀକ୍ଷା ହୋଇ ନ ପରେ ବୋଲି କହି କଥାକୁ ଖଣ୍ଡନ କରିଥିଲେ। ଏବେ ପରୀକ୍ଷାକୁ ସ୍ଥଗିତ ରଖିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି; କିନ୍ତୁ କେଉଁ କାରଣରୁ ସ୍ଥଗିତ ରଖାଯାଇଛି, ତାହା ସ୍ପଷ୍ଟ କରାଯାଉନାହିଁ। ପୂର୍ବରୁ ମାନବ ସମ୍ବଳ ଅଭାବରୁ ଏହାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଥିଲେ; ହେଲେ ଏବେ ବୋର୍ଡର ନୂତନ ଉପସଭାପତି ଏବଂ ପରୀକ୍ଷା ନିୟନ୍ତ୍ରକ ଆଦି ପଦ ସରକାର ପୂରଣ କରିଛନ୍ତି ତେଣୁ ପରୀକ୍ଷା ପରିଚାଳନା ପାଇଁ ମାନବ ସମ୍ବଳର କୌଣସି ଅସୁବିଧା ନାହିଁ।

- Advertisement -

ଅନ୍ୟପକ୍ଷରେ ସ୍ବତନ୍ତ୍ର ଓଟିଇଟି ପାଇଁ ୩ଟି ପ୍ରଶ୍ନପତ୍ର ସେଟ୍‌ ପ୍ରସ୍ତୁତ ହୋଇଥିଲା। ସେଥିରୁ ଗୋଟିଏ ସେଟ୍‌ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡ଼ିଥିଲା। ଯେଉଁଥି ପାଇଁ ବୋର୍ଡ ଅବଶିଷ୍ଟ ବଳକା ଥିବା ଦୁଇ ସେଟ୍‌ ମଧ୍ୟରୁ ଗୋଟିଏ ସେଟ୍‌ରୁ ପରୀକ୍ଷା କରିବ ବୋଲି ସ୍ଥିର ହୋଇଥିଲା। ତାହା କରାଯାଉ ନଥିବାବେଳେ ଓଟିଇଟି କେଳେଙ୍କାରୀରେ ସବୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସନ୍ଦେହ କରାଯାଉଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories