www.samajalive.in
Friday, December 5, 2025
26.1 C
Bhubaneswar

ଆଠ ଜିଲା ଏସ୍‌ପିଙ୍କ ବଦଳି

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଗୁରୁବାର ଅଦଳବଦଳ କରିଛନ୍ତି। ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୮ଟି ଜିଲାର ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ପୁରୀ ଏସ୍‌ପି ଦାୟିତ୍ବରେ ଥିବା ଡିଆଇଜି ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଅତିରିକ୍ତ ନିର୍ଦେଶିକାରୁ ଡ. ସନ୍ତୋଷ ବାଲାଙ୍କୁ ନିର୍ଦେଶିକା ଦାୟିତ୍ବ ମିଳିଛି।

ଆଇପିଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି (ପ୍ରୋଭିଜନିଂ)ରେ ଅବସ୍ଥାପିତ କରାଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଆଇପିଏସ୍‌ ସତୀଶ ଗଜଭିୟେଙ୍କୁ ସ୍ପେଶାଲ ଆର୍ମ ପୁଲିସକୁ ବଦଳି ହୋଇଛି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସତ୍ୟଜିତ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ମିଳିଛି। ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି। ସେହିପରି କଟକ ରେଳବାଇ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସ୍‌ପି, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସ୍‌ପି, ବିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ବଦଳି କରାଯାଇଛି। ବାଲେଶ୍ବର ଏସ୍‌ପି ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି, ନୂଆପଡ଼ା ଏସ୍‌ପି ଗୁନ୍ଦାଲା ରେଡ୍ଡୀଙ୍କୁ ଝାରସୁଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର, ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧାରୁ ନୂଆପଡ଼ା, ଭୁବନେଶ୍ବର ଅତିରିକ୍ତ ଡିସିପି ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ କଟକ ରେଳବାଇ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories