ଜଳେଶ୍ବର: ଆପଣ କେତେବେଳେ ବି ଠକେଇର ଶୀକାର ହୋଇପାରନ୍ତି । ଡିଜିଟାଲ ଠକେଇ କଥା ତ ଶୁଣିଥିବେ, କିନ୍ତୁ ଅଳଙ୍କାର ସଫେଇ କରିବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା କଥା ଶୁଣିଛନ୍ତି । ହଁ ଆଜ୍ଞା, ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟି ଅଧିନସ୍ଥ ପଥରପୁରା ଗାଁରେ ।

ବୁଧବାର ଦ୍ୱିପ୍ରହରରେ ସସ୍ମିତା ବହେରା ଓ ଶାଶୂ କବିତା ବେହେରା ଘରେ ଥିବା ବେଳେ ୨ ଜଣ ଅଜଣା ଯୁବକ ବାଇକ୍ ଯୋଗେ ଗହଣା ସଫା ବାହାନାରେ ଘରେ ପହଞ୍ଚିଥିଲେ । ଆଉ ଏ ହେଉଛି ତାର ସିସିଟିଭି ଫୁଟେଜ । ବୋହୂ ସସ୍ମିତା ଯୁବକମାନଙ୍କ କଥାକୁ ବିଶ୍ଵାସ କରି ଗୋଟିଏ ସୁନା ହାର,ଯୋଡ଼ାଏ ସୁନା କାନଫୁଲ ଓ ଗାଟିଏ ସୁନା ମୁଦି ସଫା କରିବା ପାଇଁ ଦେଇଥିଲେ । ଯୁବକ ମାନେ ଅଳଙ୍କାର ଗୁଡ଼ିକୁ ସଫା କରିବା ବାହାନାରେ ଏକ ପାଉଡର ମିଶ୍ରିତ ପ୍ୟାକେଟ ଭିତରେ ୨ ମିନିଟ୍ ରଖୁଛୁ ବୋଲି ଭରସା ଦେଇଥିଲେ । ପରେ ପ୍ୟାକେଟ ଦେଇ ସେମାନେ ଚମ୍ପଟ ମାରିଥିଲେ । ବେଳେ ଖାଲି ପ୍ୟାକେଟ ଦେଖି ଶାଶୂ ବୋହୂ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟ୍ ଅଳଙ୍କାରର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଜଣାପଡ଼ିଥିବା ବେଳେ ଏଭଳି ଘଟଣାରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଯେତେ ଘଟୁଥିଲେ ବି ସଚେତନ ହେଉନାହାନ୍ତି ଲୋକେ । ବାରମ୍ବାର ଏଭଳି ଠକାମୀର ଶିକାର ହେଉଛନ୍ତି ।



