www.samajalive.in
Saturday, December 13, 2025
21.1 C
Bhubaneswar

ଗାଧୋଇବାବେଳେ ପଥରରେ ଚାପି ହୋଇ ଛାତ୍ର ମୃତ

ପାତ୍ରପୁର : ପାହାଡ ଉପରେ ଥିବା ଏକ ଝରଣାରେ ଗାଧୋଇବାବେଳେ ପଥରରେ ଚାପି ହୋଇ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ତୁମ୍ବା ପଞ୍ଚାୟତ କଦଳୀ ଗାଁରୁ ଆସି ମାଙ୍କାଡ଼ାଇରେ ରହୁଥିବା ଶଙ୍କର ଶବର ବୋଲି ଜଣାପଡିଛି। ଆଜି ଶଙ୍କର ତିନି ଜଣ ସାଙ୍ଗଙ୍କ ସହିତ ଗ୍ରାମ ନିକଟରେ ଥିବା ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ଝରଣା ମଧ୍ୟରେ ଥିବା ଏକ ପଥର ଉପରେ ଛିଡ଼ା ହୋଇଥିବାବେଳେ ଏକ ବଡ ପଥର ଖସି ଆସିବା ପରେ ଦୁଇଟି ପଥର ମଧ୍ୟରେ ଚାପି ହୋଇଯାଇଥିଲେ।ପାଖରେ ଥିବା ସାଙ୍ଗ ମାନେ ଏହା ଦେଖି ଗ୍ରାମରେ ଖବର ଦେଇଥିଲେ। ଖବର ଶୁଣି ତୁରନ୍ତ ଗ୍ରାମରୁ କିଛି ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର ନିମନ୍ତେ ଚେଷ୍ଟା କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମରୁ ମୃତଦେହ ପ୍ରାୟ ଦୁଇ କିଲୋମିଟର ବୋହି ଆଣିବା ପରେ ବ୍ରହ୍ମପୁର ପଠାଯାଇଛି। ଜରଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଥାନା ଅଧିକାରୀ ଟୁନା ସାସମଲ ପ୍ରକାଶ କରିଛନ୍ତି। ସେ ଅଣ୍ଡରସିଙ୍ଗି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କରି ଦୁଃଖଦ ମୃତ୍ୟୁ ଖବର ପାଇ ବିଦ୍ୟାଳୟ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories